କୋଣାର୍କ: ଆଜି ପବିତ୍ର ଶାମ୍ବ ଦଶମୀ । ଉତ୍ସବ ମୁଖର ଅର୍କକ୍ଷେତ୍ର କୋଣାର୍କ ସହ ସାରା ରାଜ୍ୟ । ଘରେ ଘରେ ମହିଳା ନିଜ ପରିବାର ଲୋକଙ୍କ ନିରୋଗ କାମନା କରିବା ପାଇଁ ସୂର୍ଯ୍ୟ ନାରାୟଣଙ୍କୁ ପୂଜା କରିଛନ୍ତି । ଚନ୍ଦ୍ରଭାଗା ତୀର୍ଥକ୍ଷେତ୍ରରେ ଶହ ଶହ ଶ୍ରଦ୍ଧାଳୁଙ୍କ ସୂର୍ଯ୍ୟ ନାରାୟଣଙ୍କ ଦର୍ଶନ ଓ ସୂର୍ଯ୍ୟଙ୍କ ଆଳତୀ ଲାଗି ଭିଡ ଜମିଛି । ଶାମ୍ବ ଦଶମୀ ଅବସରରେ ଆଜି କୋଣାର୍କ ସୂର୍ଯ୍ୟ ମନ୍ଦିର ପ୍ରବେଶ ଶୁଳ୍କ ଛାଡ ରହିଛି । ବିନା ଟିକେଟରେ କୋଣା ବୁଲି ଦେଖୁଛନ୍ତି ପର୍ଯ୍ୟଟକ । ଏଥିରେ ଗଇଁଠା, ଅଟକାଳି, ବିଭିନ୍ନ ପ୍ରକାରର ପିଠା, ଖେଚୁଡ଼ି, ଘଡ଼ଘଡ଼ା ତିଅଣ ଆଦି ଭୋଗ ହୁଏ । ଶେଷଧୂପ ବା ତୃତୀୟ ଧୂପ ହେଉଛି ସନ୍ଧ୍ୟା ସମୟର ଅସ୍ତାଚଳଗାମୀ ସୂର୍ଯ୍ୟଦେବଙ୍କ ନିମିତ୍ତ । ଏହି ଧୂପରେ ମଧ୍ୟ ଏଣ୍ଡୁରି, କାକରା, ମାଲପୁଆ, ଗଜା ଆଦି ନୈବେଦ୍ୟ ଅର୍ପଣ କରାଯାଇଥାଏ ।










