ସମ୍ବଲପୁର: ସମ୍ବଲପୁରରେ ବଙ୍ଗାଳୀ ଶ୍ରମିକଙ୍କୁ ହତ୍ୟା ଘଟଣାରେ ସମ୍ବଲପୁରରେ ବଙ୍ଗ ପୋଲିସ। ତଦନ୍ତ ପାଇଁ ସମ୍ବଲପୁରରେ ପହଞ୍ଚିଲେ ପଶ୍ଚିମବଙ୍ଗ ସୁତି ଥାନା ପୋଲିସ l ୩ ଜଣିଆ ପୋଲିସ ଟିମ୍ ଅଇଁଠାପାଲି ଥାନାରେ ପହଞ୍ଚିଛନ୍ତି l ପଶ୍ଚିମବଙ୍ଗ ଶ୍ରମିକଙ୍କୁ କାହିଁକି ହତ୍ୟା କରାଗଲା, କ’ଣ କାରଣ ରହିଛି ସେନେଇ କରିବେ ତଦନ୍ତ l ପଶ୍ଚିମବଙ୍ଗ ମୁର୍ସିଦାବାଦ ଯୁଙ୍ଗିପୁର ପୋଲିସ ଜିଲ୍ଲା ସୁତି ଥାନାର SI ଏମ୍ ଡ଼ି ସାହାଜାହାନ, ASI ଗୁଲାମ ଯଫର ସିଦ୍ଦିକି, କନଷ୍ଟେବଳ ପରିମଳ ଓରାଓ ଅଇଁଠାପାଲି ଥାନା ଆସିଛନ୍ତି । ସମ୍ବଲପୁର ଅଇଁଠାପାଲି ଥାନା ଅନ୍ତର୍ଗତ ଦାନିପାଲିରେ ବଙ୍ଗାଳୀ ଶ୍ରମିକଙ୍କୁ ପିଟି ପିଟି ହତ୍ୟା ଘଟଣାରେ ଅଇଁଠାପାଲି ପୋଲିସ ୬ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିସାରିଛି । ମୃତ ଯୁବକ ଜଣକ ହେଲେ ପଶ୍ଚିମବଙ୍ଗର ଜୁଏଲ୍ ଶେଖ୍ ବୋଲି ଜଣାପଡିଛି । ଆକ୍ରମଣ ଶୀକାର ହୋଇଥିବା ଅନ୍ୟ ୨ ଜଣ ଆହତ ହୋଇଛନ୍ତି । ଏମାନେ ମଧ୍ୟ ପଶ୍ଚିମବଙ୍ଗର ବୋଲି ଜଣାପଡିଛି l ସହରର ଭାଲୁପାଲିରୁ କାମ ସାରି ସନ୍ଧ୍ୟାରେ ଫେରୁଥିବା ସମୟରେ କିଛି ଯୁବକ ମାନେ ଦାନିପାଲିରେ ଏମାନଙ୍କୁ ଅଟକାଇ ଟଙ୍କା ମାଗିଥିଲେ । ଟଙ୍କା ନଦେବାରୁ ବାଡିରେ ଆକ୍ରମଣ କରିଥିବା ନେଇ ଅତିରିକ୍ତ ଏସ୍ପି ସୂଚନା ଦେଇଛନ୍ତି ।










