ନୂଆଦିଲ୍ଲୀ: ‘ମନ୍ କି ବାତ୍’ରେ ପାର୍ବତୀ ଗିରିଙ୍କ କଥା ମନେ ପକାଇଲେ ପ୍ରଧାନମନ୍ତ୍ରୀ। ପାର୍ବତୀ ଗିରିଙ୍କ କାର୍ଯ୍ୟକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ। ସେ କହିଛନ୍ତି ଯେ ସ୍ୱାଧୀନତା ସଂଗ୍ରାମରେ ପାର୍ବତୀ ଗିରିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ମହାନ୍ ଓଡିଆ ସ୍ୱାଧୀନତା ସଂଗ୍ରାମୀ ହେଉଛନ୍ତି ପାର୍ବତୀ ଗିରି। ୧୬ ବର୍ଷରେ ପାର୍ବତୀ ଗିରି ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ। ସ୍ୱାଧୀନତା ଆନ୍ଦୋଳନ ପରେ, ପାର୍ବତୀ ଗିରି ଜୀ ସମାଜ ସେବା ଏବଂ ଆଦିବାସୀ କଲ୍ୟାଣ ପାଇଁ ତାଙ୍କ ଜୀବନ ଉତ୍ସର୍ଗ କରିଥିଲେ। ସେ ଅନେକ ଅନାଥାଶ୍ରମ ପ୍ରତିଷ୍ଠା କରିଥିଲେ। ତାଙ୍କର ପ୍ରେରଣାଦାୟକ ଜୀବନ ପ୍ରତ୍ୟେକ ପିଢ଼ିକୁ ମାର୍ଗଦର୍ଶନ କରିବ। ଦେଶ ପାଇଁ ପାର୍ବତୀ ଗିରି ହେଉଛନ୍ତି ପ୍ରେରଣାର ଉତ୍ସ। ଜାନୁଆରୀ ୨୬ରେ ପାର୍ବତୀ ଗିରିଙ୍କ ଜନ୍ମ ଶତବାର୍ଷିକୀ। ପ୍ରଧାନମନ୍ତ୍ରୀ ଏକ ହୃଦୟସ୍ପର୍ଶୀ ଭାଷାରେ ଓଡିଆରେ ନିଜର ସମ୍ମାନ ଜଣାଇ କହିଛନ୍ତି, “ମୁଁ ପାର୍ବତୀ ଗିରିଙ୍କୁ ମୋର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।”
ଦେଶବାସୀଙ୍କୁ ସ୍ୱାଧୀନତା ଆଣିଥିବା ପୁରୁଷ ଏବଂ ମହିଳା ଉଭୟ ବୀରଙ୍କ ମହାନ ଗାଥାକୁ ପରବର୍ତ୍ତୀ ପିଢ଼ିକୁ ପହଞ୍ଚାଇବାକୁ ଆହ୍ୱାନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, “ଆପଣମାନେ ମନେ ରଖିଥିବେ ଯେ ଯେତେବେଳେ ଆମେ ସ୍ୱାଧୀନତାର ୭୫ ବର୍ଷ ପାଳନ କରୁଥିଲୁ, ସେତେବେଳେ ସରକାର ଏକ ସ୍ୱତନ୍ତ୍ର ୱେବସାଇଟ୍ ସୃଷ୍ଟି କରିଥିଲେ। ଏହାର ଏକ ଅଂଶ ‘ଅନସଙ୍ଗ ହିରୋମାନଙ୍କ’ ପାଇଁ ଉତ୍ସର୍ଗୀକୃତ ଥିଲା। ଆଜି ମଧ୍ୟ, ଆପଣ ଏହି ୱେବସାଇଟ୍ ପରିଦର୍ଶନ କରି ଆମ ଦେଶ ପାଇଁ ସ୍ୱାଧୀନତା ହାସଲ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ମହାନ ବ୍ୟକ୍ତିତ୍ୱଙ୍କ ବିଷୟରେ ଜାଣିପାରିବେ।” ପାର୍ବତୀ ଗିରି, ଯିଏ ପଶ୍ଚିମ ଓଡ଼ିଶାର ମଦର ଟେରେସା ଭାବରେ ମଧ୍ୟ ଜଣାଶୁଣା, ସେ ତାଙ୍କ ସମଗ୍ର ଜୀବନ ଦଳିତଙ୍କ ପାଇଁ ଉତ୍ସର୍ଗ କରିଥିଲେ। ସେ ପାଇକମାଲରେ ଏକ ଅନାଥାଶ୍ରମ ମଧ୍ୟ ସ୍ଥାପନ କରିଥିଲେ।










