26.1 C
Bhubaneswar
Sunday, December 28, 2025
Homeଓଡିଶାରଥଯାତ୍ରା ପୂର୍ବରୁ ଗଣତି ମଣତି: ମନ୍ତ୍ରୀ

ରଥଯାତ୍ରା ପୂର୍ବରୁ ଗଣତି ମଣତି: ମନ୍ତ୍ରୀ

ଭୁବନେଶ୍ୱର: ରତ୍ନଭଣ୍ଡାର ଗଣତି ମଣତି ଏସଓପି ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା । ମନ୍ତ୍ରୀ କହିଛନ୍ତି ଯେ ରତ୍ନଭଣ୍ଡାର ଗଣତି ମଣତି ନେଇ ଏସଓପି ଫାଇନାଲ ଷ୍ଟେଜରେ ପହଞ୍ଚିଛି । ଉଚ୍ଚସ୍ତରୀୟ କମିଟିରେ ଏନେଇ ଆଲୋଚନା ହୋଇଛି । କମିଟି ଏକ ପୂର୍ଣ୍ଣାଙ୍ଗ ଏସଓପି ସରକାରଙ୍କ ପାଖକୁ ପଠାଇବେ । ସରକାରଙ୍କ ପାଖରୁ ଏସଓପି ଆସିଲେ ଗଣତି ମଣତିର ବାଟ ଖୋଲିବ । ରଥଯାତ୍ରା ପୂର୍ବରୁ ଗଣତି ମଣତି ସାରିବାକୁ କମିଟି ନିଷ୍ପତ୍ତି ନେଇଛି । ଦର୍ଶନ ଏବଂ ନୀତିକାନ୍ତିକୁ ଧ୍ୟାନରେ ରଖି ଗଣତି ମଣତି କରାଯିବ । ସୂଚନାଯୋଗ୍ୟ, ଗତକାଲି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସିଥିବା ରତ୍ନଭଣ୍ଡାର ତଦାରଖ କମିଟି ବୈଠକରେ ୫ ଘଣ୍ଟାର ଆଲୋଚନା ହୋଇଥିଲା। ମାତ୍ର ଗଣତିମଣତି କେବେ ହେବ, ତାରିଖ ଧାର୍ଯ୍ୟ ହୋଇ ପାରିଲାନଥିଲା। ଗଣତିମଣତି କିଭଳି ହେବ ସେ ନେଇ ଏସ୍‌ଓପିର ଏକ ଚିଠା ପ୍ରସ୍ତାବ ପାରିତ ହୋଇଛି। ସରକାର ଏସ୍‌ଓପି ଜାରି କରିବା ପରେ ଗଣତିମଣତି କରାଯିବ। ଆସନ୍ତା ରଥଯାତ୍ରା ପୂର୍ବରୁ ଗଣତିମଣତି ହୋଇପାରେ ବୋଲି କମିଟି ଅଧ୍ୟକ୍ଷ ଜଷ୍ଟିସ୍‌ ବିଶ୍ବନାଥ ରଥ କହିଥିଲେ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking