ଭୁବନେଶ୍ୱର: ଏଣିକି ଅନଲାଇନ ସହ ଅଫଲାଇନରେ ବି ପୈଠ କରିହେବ ଇ-ଚାଲାଣ । ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ନଗଦ ଅର୍ଥ ଗ୍ରହଣ ପାଇଁ ଆରଟିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ଭାବେ ଅଧିକାରୀଙ୍କୁ ଦିଆଯିବ ଦାୟିତ୍ୱ । ମୋବାଇଲ ନଂ ଅପଡେଟ ନଥିବାରୁ ଓଟିପି ପାଉ ନଥିବା ବ୍ୟକ୍ତିଙ୍କୁ ହେବ ସହାୟକ । ଦୁର୍ବଳ ଇଣ୍ଟରନେଟ ଅଞ୍ଚଳର ଲୋକଙ୍କୁ ମଧ୍ୟ ଏହା ସହାୟକ ହେବ । ଏନେଇ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ସୂଚନା ଦିଆଯାଇଛି ।










