24.1 C
Bhubaneswar
Friday, December 26, 2025
Homeଓଡିଶାସୀତାକୁଣ୍ଡରେ ବୁଡିଗଲେ ୨ ପର୍ଯ୍ୟଟକ

ସୀତାକୁଣ୍ଡରେ ବୁଡିଗଲେ ୨ ପର୍ଯ୍ୟଟକ

ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲା ଶାମାଖୁଣ୍ଟା ବ୍ଲକ ଶିମିଳିପାଳ ପାଦଦେଶ ସୀତାକୁଣ୍ଡରେ ବୁଡିଗଲେ ୨ ପର୍ଯ୍ୟଟକ । ତେବେ ବର୍ତ୍ତମାନ ସେମାନଙ୍କର ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଦ୍ୱୟ ଭଦ୍ରକ ଜିଲ୍ଲାର ବୋଲି ଜଣାପଡିଛି । ବୁଡି ଯିବା ନେଇ ଦମକଳ ବାହିନୀକୁ ଖବର ଦେବା ପରେ ସେମାନେ ଘଟମାସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିବା ବେଳେ ମୃତଦେହ ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ ପିକନିକ କରିବା ପାଇଁ ଭଦ୍ରକ ଜିଲ୍ଲାରୁ କିଛି ପର୍ଯ୍ୟଟକ ସୀତାକୁଣ୍ଡ ଜଳପ୍ରପାତ ଆସିଥିଲେ । ତେବେ ଅସାବଧାନତା କାରଣକୁ ସେମାନଙ୍କ ଗଡ ଖସିଯାଇଥିଲା । ତିନି ଜଣ ବୁଡିଯାଇଥିଲେ । ଏହାପରେ ଜଣଙ୍କୁ ଉଦ୍ଧାର କରାଯାଇଥିଲା । ବହୁ ଖୋଜାଖୋଜି ପରେ ୨ ଜଣ ମିଳିନଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking