22.1 C
Bhubaneswar
Friday, December 26, 2025
Homeଓଡିଶାରାଜ୍ୟର ସମସ୍ତ ସରକାରୀ ମେଡିକାଲରେ ଘଣ୍ଟାଏ ପାଇଁ ଓପିଡି ବନ୍ଦ

ରାଜ୍ୟର ସମସ୍ତ ସରକାରୀ ମେଡିକାଲରେ ଘଣ୍ଟାଏ ପାଇଁ ଓପିଡି ବନ୍ଦ

ଭୁବନେଶ୍ୱର: ଘଣ୍ଟାଏ ପାଇଁ ଓପିଡି ବନ୍ଦ । ଆଜି ସକାଳ ୧୦ଟାରୁ ୧୧ ଯାଏଁ ରାଜ୍ୟର ସବୁ ସରକାରୀ ମେଡିକାଲରେ ଓପିଡି ବନ୍ଦ କରିଛନ୍ତି ଡାକ୍ତର । ଆଜିଠୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନରେ ଡାକ୍ତରମାନେ ରୋଗୀ ସେବା କରିବେ ନାହିଁ । ରାଜ୍ୟରେ ଖାଲି ଥିବା ଡାକ୍ତରୀ ପଦବୀ ପୂରଣ, ଏଭଳି ବିଭିନ୍ନ ଦାବିରେ ଓମସା ପକ୍ଷରୁ ଆନ୍ଦୋଳନ ଡାକରା ଦିଆଯାଇଛି । ପୂର୍ବରୁ ଏନେଇ ଘୋଷଣା କରାଯାଇଥିଲା । ଯଦି ସରକାର ତାଙ୍କ ଆଲୋଚନା ମାଧ୍ୟମରେ ଦାବି ନଶୁଣୁଛନ୍ତି ତାହାଲେ ପରବର୍ତ୍ତୀ ସମୟରେ ଏ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ । ଅନ୍ୟପଟେ ଏନେଇ ରୋଗୀ ହଇରାଣ ହେଉଛନ୍ତି । ତେବେ ବଡ ପ୍ରଶ୍ନ ଉଠୁଛି ଯଦି ଡାକ୍ତର ଘଣ୍ଟାଏ ଲେଖାଏ ଓପିଡି ବନ୍ଦ କରି ଏଭଳି ଆନ୍ଦୋଳନ କରିବେ ସ୍ୱାସ୍ଥ୍ୟସେବା ରୋଗୀ ପାଇବେ କିପରି ? ଡାକ୍ତରଙ୍କ ଏହି ଆନ୍ଦୋଳନ ରୋଗୀଙ୍କ ଉପରେ ପ୍ରଭାବ ପକାଇବନି ତ ?

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking