ମାଲକାନଗିରି: ମାଲକାନଗିରି ବ୍ଲକର କନିଷ୍ଠ ଯନ୍ତ୍ରୀ ନିହାର ସରକାରଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସକାଳୁ ମାଲକାନଗିରି ଏବଂ ନବରଙ୍ଗପୁର ଜିଲ୍ଲାର ଚାରୋଟି ସ୍ଥାନରେ ଚଢାଉ କରାଯାଉଛି।ମାଲକାନଗିରି ସମେତ ଏମପିଭି- ୧୦ ସ୍ଥିତ ତାଙ୍କ ଘର, ଅଫିସ ଏବଂ ରାଇଘର ସ୍ଥିତ ଶ୍ୱଶୁର ଘରେ ଏକକାଳୀନ ଚଢାଉ ଚାଲିଛି । ଅନ୍ୟପଟେ ଭିଜିଲାନ୍ସ ଡିଏସପି ସଦାନନ୍ଦ ପାଣି କହିଛନ୍ତି, ତଦନ୍ତ ପରେ ସଠିକ ସମ୍ପତ୍ତି ସମ୍ପର୍କରେ କୁହାଯାଇପାରିବ । ନିହାର ସରକାରଙ୍କ ନାଁରେ ପୂର୍ବରୁ ମଧ୍ୟ ଅନେକ ଅଭିଯୋଗ ରହିଥିଲା ।ଜୟପୁରର ମାନ୍ୟବର ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ୱାରା ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟରେ ଚାରି ଜଣ ଡିଏସ୍ପି, ସାତ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ସାମିଲ ଅଛନ୍ତି ।










