19.1 C
Bhubaneswar
Thursday, December 25, 2025
Homeଦେଶ ବିଦେଶବାଂଲାଦେଶରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ମଧ୍ୟରେ...୧୭ ବର୍ଷ ପରେ ସ୍ୱଦେଶ ଫେରିଲେ ତାରିକ୍ ରେହମାନ୍

ବାଂଲାଦେଶରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ମଧ୍ୟରେ…୧୭ ବର୍ଷ ପରେ ସ୍ୱଦେଶ ଫେରିଲେ ତାରିକ୍ ରେହମାନ୍

ଢ଼ାକା: ବାଂଲାଦେଶରେ ସୃଷ୍ଟି ହିଂସାପୂର୍ଣ୍ଣ ପରିସ୍ଥିତି ଏବେ ସମ୍ପୂର୍ଣ୍ଣ ରୂପେ ଅନିୟନ୍ତ୍ରିତ ହୋଇପଡିଛି। ଏପରି ଏକ ସମୟରେ ବାଂଲାଦେଶର ଅନ୍ତରୀଣ ସରକାରରେ ମୁଖ୍ୟ ଦାୟିତ୍ୱ ନିର୍ବାହ କରୁଥିବା ମହମ୍ମଦ ୟୁନୁସ୍ ଦେଶରେ ସାଧାରଣ ନିର୍ବାଚନ ହେବା ନେଇ ଘୋଷଣା କରିଛନ୍ତି। ଫଳରେ ଏବେ ଦେଶର ସମସ୍ତ ରାଜନୈତିକ ଦଳଗୁଡ଼ିକ ସକ୍ରିୟ ହୋଇଉଠିଛନ୍ତି। ହୁଏତ ଏହି ପରିପ୍ରେକ୍ଷୀରେ ହିଁ ଦୀର୍ଘ ୧୭ ବର୍ଷ ପରେ ତାରିକ୍ ରେହମାନ୍ ପୁୂଣିଥରେ ବାଂଲାଦେଶ ଫେରିଛନ୍ତି। ରିପୋର୍ଟ ଅନୁସାରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆ ଏବଂ ପୂର୍ବତନ ରାଷ୍ଟ୍ରପତି ଜିଆଉର୍ ରେହମାନ୍‌ଙ୍କ ବଡ଼ପୁଅ ତଥା ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନ୍‌ପି)ର କାର୍ଯ୍ୟକାରୀ ଅଧ୍ୟକ୍ଷ ତାରିକ୍ ରେହମାନ୍ ଗୁରୁବାର (୨୫ ଡିସେମ୍ବର, ୨୦୨୫) ନିଜ ପରିବାର ସହ ଲଣ୍ଡନରୁ ଆସି ବାଂଲାଦେଶରେ ପହଞ୍ôଚଛନ୍ତି। ତାଙ୍କ ବିମାନ ସିଲହଟ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଥିବା ବେଳେ ସେଠାରୁ ସେ ରାଜଧାନୀ ଢାକାକୁ ମଧ୍ୟ ବିମାନରେ ହିଁ ଗସ୍ତ କରିଥିଲେ। ତେବେ ଢ଼ାକାରେ ସେ ନିଜ ଦଳୀୟ କର୍ମୀ ଏବଂ ତାଙ୍କ ମାଆ ତଥା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କୁ ଭେଟିଥିବାର ସୂଚନା ମିଳିଛି। ପ୍ରକାଶ ଖାଲେଦାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଭଲ ନଥିବାରୁ ତାଙ୍କୁ ହସ୍ପିଟାଲରେ ରଖି ଚିକିତ୍ସା କରାଯାଉଛି।

ଅନ୍ୟପକ୍ଷେ ତାରିକ୍ ରେହମାନ୍‌ଙ୍କ ପ୍ରତ୍ୟାବର୍ତ୍ତନ ଖବର ପ୍ରସାରିତ ହେବା ପରେ ଦଳୀୟ କର୍ମୀ, ନେତା, ଶୁଭେଚ୍ଛୁ, ପ୍ରଂସଶକ ତଥା ସମର୍ଥକମାନେ ଏବେ ଏକ ନୂଆ ଜୋସ୍‌କୁ ଆସିଯାଇଛନ୍ତି। ବିମାନବନ୍ଦରରୁ ହିଁ ସେମାନଙ୍କ ପ୍ରିୟ ନେତା ତାରିକ୍ ଏବଂ ତାଙ୍କ ପୁରା ପରିବାରକୁ ଭବ୍ୟ ସ୍ୱାଗତ ପୂର୍ବକ ପାଛୋଟି ନିଆଯାଇଥିଲା। ବିମାନବନ୍ଦରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଲାଗୁ କରାଯାଇଥିବା ସତ୍ତ୍ୱେ ହଜାର ହଜାର ସଂଖ୍ୟକ ବିଏନ୍‌ପି କର୍ମୀ ଏବଂ ସମର୍ଥକ ତାରିକଙ୍କୁ ସ୍ୱାଗତ କରିବା ପାଇଁ ରାସ୍ତାକୁ ଓହ୍ଲାଇଥିବାର ଦେଖିବାକୁ ମିଳିଛି। ତାରିକ୍ ରେହମାନ୍ ନିଜ ପତ୍ନୀ ଜୁବୈଦା ରେହମାନ୍‌, ଝିଅ ଜାଇମା ରେହମାନ୍ ଏବଂ ଏକ ପୋଷା ବିଲେଇ ସହ ବିମାନରୁ ଅବତରଣ କରିଥିଲେ। ତାରିକ୍‌ଙ୍କୁ ସ୍ୱାଗତ କରିବାକୁ ବିମାନବନ୍ଦର ବାହାରୁ ଲୋକେ ରାସ୍ତାର ଉଭୟ ପାଶ୍ୱର୍ରେ ଲମ୍ବା ଲାଇନ୍ ଲଗାଇ ଛିଡା ରହିବା ଦେଖିବାକୁ ମିଳଛି।

ତାରିକ୍‌ଙ୍କ ବିରୋଧରେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଆୱାମୀ ଲିଗ୍ ଦଳର ମୁଖ୍ୟ ଶେଖ୍ ହସିନାଙ୍କୁ ହତ୍ୟା କରିବା ଉଦ୍ୟମ ସହ ଅନେକ ଅପରାଧିକ ମାମଲା ରୁଜୁ ହେବା ପରେ ସେ ନିଜ ପରିବାର ସହ ଦୀର୍ଘ ୧୭ ବର୍ଷ ତଳେ ଅର୍ଥାତ୍ ୨୦୦୮ ମସିହାରେ ବାଂଲାଦେଶ ଛାଡି ଲଣ୍ଡନ୍ ଚାଲିଯାଇଥିଲେ ଏବଂ ସେଠାରେ ଅବସ୍ଥାନ କରିଆସୁଥିଲେ। ଏହି ସମୟ ତାଙ୍କ ନିଜସ୍ୱ ଆତ୍ମନିର୍ବାସନର ସମୟ ଥିଲା ବୋଲି କୁହାଯାଏ। ତେବେ ସେ ବିଦେଶରେ ରହି ମଧ୍ୟ ବାଂଲାଦେଶରେ ନିଜ ଦଳକୁ ପରିଚାଳନା କରିଆସୁଥିଲେ। ତେବେ ଫେବ୍ରୁଆରି ୨୦୨୬ ନିର୍ବାଚନ ପୂର୍ବରୁ ତାରିକ ରେହମାନଙ୍କ ପ୍ରତ୍ୟାବର୍ତ୍ତନକୁ ବିଏନ୍‌ପି ଦଳ ନିଜର ଏକ ବଡ଼ ରାଜନୈତିକ ଲାଭ ଭାବରେ ଦେଖୁଥିବା ବେଳେ ବାଂଲାଦେଶରେ ପୁଣିଥରେ ରେହମାନ୍ ସରକାର ଗଠନ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ବାଂଲାଦେଶବାସୀ ଏବେ ୟୁନୁସ ସରକାରଙ୍କ ଉପରେ ଖୁସିନଥିବା ବେଳେ ତାରିକ୍ ୨୦୨୬ରେ ହେବାକୁ ଥିବା ନିର୍ବାଚନରେ ଜିତି କ୍ଷମତାକୁ ଆସିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏଥିପାଇଁ ସେ ବାଂଲାଦେଶ ଆସିଥିବା କୁହାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking