ଅରୁଣାଚଳ ପ୍ରଦେଶ: ଗୁରୁବାର ଅପରାହ୍ନରେ ଅରୁଣାଚଳ ପ୍ରଦେଶର ଲୋୟର ସୁବାନସିରି ଜିଲ୍ଲାରେ ୩.୪ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି ବୋଲି ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏହି ଭୂମିକମ୍ପ ଭାରତୀୟ ସମୟ ଅନୁସାରେ ଅପରାହ୍ନ ୩:୪୫ରେ ଅନୁଭୂତ ହୋଇଥିଲା। ଏହି ଭୂମିକମ୍ପ ଯୋଗୁଁ କୌଣସି ମୃତାହତ କିମ୍ବା କ୍ଷୟକ୍ଷତିର ରିପୋର୍ଟ ମିଳିନାହିଁ । ଏହା ପୂର୍ବରୁ ଗୁରୁବାର ମିଆଁମାରରେ ୪.୪ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା।










