26.1 C
Bhubaneswar
Thursday, December 25, 2025
Homeଓଡିଶାପେଡମ୍ ଜଙ୍ଗଲରେ ସର୍ଚ୍ଚ ଅପରେସନ୍ ଜାରି

ପେଡମ୍ ଜଙ୍ଗଲରେ ସର୍ଚ୍ଚ ଅପରେସନ୍ ଜାରି

କନ୍ଧମାଳ: କନ୍ଧମାଳ ବେଲଘର ଥାନା ପେଡମ ଜଙ୍ଗଲରେ ସର୍ଚ୍ଚ ଅପରେସନ୍ ଜାରି । ଏକାଧିକ ମାଓବାଦୀ ଲୁଚିଥିବା ସନ୍ଦେହରେ ଆଜି ବି ସର୍ଚ୍ଚ ଅପରେସନ ଜାରି ରହିଛି । ସିଆରପିଏଫ୍ ଓ ଏସଓଜିର ମିଳିତ ଅପରେସନରେ କାଲି ୨ ମାଓବାଦୀ ନିହତ ହୋଇଥିଲେ । ୨ ମାଓବାଦୀଙ୍କୁ ଛତିଶଗଡର ସୁକମା ଜିଲ୍ଲାରୁ ଆସିଥିବା ଏରିଆ କମିଟି ସଦସ୍ୟ ବରୀ ଉରଫ କ୍କେଶ ଏସି ଏବଂ ବିଜାପୁର ଜିଲ୍ଲାର ପାର୍ଟି ସଦସ୍ୟ ଅମୃତ ଯୋଗାଣ ଡାଲାମ ବୋଲି ଚିହ୍ନଟ କରାଯାଇଥିଲା । ଏହି ଦୁଇଜଣଙ୍କ ନାମରେ ବିଭିନ୍ନ ରାଜ୍ୟ ସରକାର ଏବଂ କେନ୍ଦ୍ରୀୟ ଏଜେନ୍ସି ୨୩.୬୫ ଲକ୍ଷ ଟଙ୍କାର ମିଳିତ ପୁରସ୍କାର ରାଶି ଘୋଷଣା କରିଥିଲେ। ଏନକାଉଣ୍ଟର ସ୍ଥଳରୁ ଗୋଟିଏ ରିଭଲଭର, ଗୋଟିଏ .୩୦୩ ରାଇଫଲ ଏବଂ ଗୋଟିଏ ୱାକି-ଟକି ସେଟ୍ ସହିତ ଅନ୍ୟାନ୍ୟ ଅପରାଧିକ ସାମଗ୍ରୀ ଜବତ କରାଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking