ଭୁବନେଶ୍ୱର: ସୁଜାତା କାର୍ତ୍ତିକେୟନଙ୍କ ଏଣ୍ଟ୍ରି ସମ୍ଭାବନା ନେଇ ବିଜେଡିରେ ବୟାନବାଜି । ନିଜ ନିଜର ମତ ରଖିଲେ ପ୍ରମିଳା ମଲ୍ଲିକ ଓ ସୁବାସ ସିଂ । ସୁଜାତା ଦଳକୁ ଆସିବା ନ ଆସିବା ନିଷ୍ପତ୍ତି ନବୀନ ବାବୁ ନେବେ କହିଲେ ସୁବାସ । ଆହୁରି କହିଛନ୍ତି, ସେ ଓଡିଶା ମହିଳାଙ୍କୁ ସଶକ୍ତୀକରଣ କରିଥିଲେ । ଯେଉଁମାନେ ସୁଜାତାଙ୍କ ସଂପର୍କରେ କହୁଛନ୍ତି, ଦଳରେ ନାହାନ୍ତି । ଯଦି ସୁଜାତା ଆସନ୍ତି, କର୍ମୀ ହୋଇ କାମ କରିବେ କହିଲେ ପ୍ରମିଳା । ଅନେକ ସମୟରେ ଆଇଏଏସ ଅଧିକାରୀ ରାଜନୀତିକୁ ଆସିଛନ୍ତି । ଯଦି ସୁଜାତା ସେବା କରିବାକୁ ଚାହିଁବେ ନବୀନଙ୍କ ନେତୃତ୍ୱରେ କାମ କରିବେ । ସୁଜାତା ଯଦି ଦଳକୁ ଆସନ୍ତି ରାଜନୈତିକ ଦୃଷ୍ଟିରୁ ଭୁଲ ହେବ କହିଥିଲେ ସୁବାଶିଷ ।










