26.1 C
Bhubaneswar
Tuesday, December 23, 2025
Homeଓଡିଶାସ୍ନେହାଙ୍ଗିନୀଙ୍କୁ ଶ୍ରୀମୟୀଙ୍କ ଟାର୍ଗେଟ

ସ୍ନେହାଙ୍ଗିନୀଙ୍କୁ ଶ୍ରୀମୟୀଙ୍କ ଟାର୍ଗେଟ

ଭୁବନେଶ୍ୱର: ସୁଜାତା କାର୍ତ୍ତିକେୟନ ପାଣ୍ଡିଆନଙ୍କ ବିଜେଡି ଏଣ୍ଟ୍ରି ସମ୍ଭାବନାକୁ ନେଇ ସୋସିଆଲ ମିଡିଆରେ ପୁଣି ଟାର୍ଗେଟ କଲେ ଶ୍ରୀମୟୀ ମିଶ୍ର । ସ୍ନେହାଙ୍ଗିନୀ ଛୁରିଆଙ୍କ ନାଁ ନ ନେଇ ପରୋକ୍ଷରେ ଟାର୍ଗେଟ କଲେ ଶ୍ରୀମୟୀ । କହିଛନ୍ତି, ମୁଖିଆଙ୍କୁ ମନାଇବାକୁ ଆରମ୍ଭ ହେଲାଣି ପ୍ରାୟୋଜିତ କାର୍ଯ୍ୟକ୍ରମ । ନୂଆପଡା ମିଛେଇ ଭାଣିଜିଙ୍କ ଆୟୋଜନ, କେମିତି ହେବ ତାମିଲ ବୋହୂଙ୍କ ଆଗମନ । ମହିଳା ନେତ୍ରୀଙ୍କୁ କରି ଏକତ୍ରିତ, ବୁଲି ଆସିବେ ମୁଖିଆ ନିବାସ । ଏଭଳି କିଛି ଲେଖି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଶ୍ରୀମୟୀ । କିଛି ମହିଳା ନେତ୍ରୀଙ୍କୁ ନେଇ ସ୍ନେହାଙ୍ଗିନୀ ନବୀନ ନିବାସ ଯିବା ନେଇ ଚର୍ଚ୍ଚା ହେଉଛି । ଶ୍ରୀମୟୀଙ୍କ ଅଭିଯୋଗ ନେଇ ସ୍ନେହାଙ୍ଗିନୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ସୂଚନାଥାଉକି ଗତକାଲି ସୋସିଆଲ ମିଡିଆରେ ବିଜେଡିକୁ କଟାକ୍ଷ କରିଥିଲେ ଶ୍ରୀମୟୀ ମିଶ୍ର । ସୁଜାତା କାର୍ତ୍ତିକେୟନ ପାଣ୍ଡିଆନଙ୍କ ଏଣ୍ଟ୍ରିକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଥିଲେ । ପୂର୍ବରୁ ବିଜେଡିକୁ ଅନେକ ଥର ଶ୍ରୀମୟୀ କଟାକ୍ଷ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking