କଟକ: କଟକ ମଙ୍ଗଳାବାଗର ଏକ ଘରୋଇ ଡାଇଗ୍ନୋଷ୍ଟିକ ସେଣ୍ଟରରେ ଚଢାଉ । ସିଡିଏମଓଙ୍କ ସହ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ଟିମ ରେଡରେ ସାମିଲ ହୋଇଛନ୍ତି । ବିନା କାଗଜ ପତ୍ରରେ ଦୀର୍ଘଦିନ ହେବ ଚାଲି ଆସୁଥିବା ଅଭିଯୋଗ ଥିଲା । ବେଆଇନ ଭାବେ ଅଲଟ୍ରାସାଉଣ୍ଡ କରାଯାଉଥିବା ଅଭିଯୋଗ ପରେ ରେଡ କରିଛି ସ୍ୱାସ୍ଥ୍ୟ ବିଭାଗ । ବର୍ତ୍ତମାନ ଅଭିଯୋଗ ପରେ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି କାଗଜ ପତ୍ର ଯାଞ୍ଚ କରୁଛନ୍ତି ।










