21.1 C
Bhubaneswar
Monday, December 22, 2025
Homeଓଡିଶାଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ: ସିଲ୍ ହେଲା ମେଡିକାଲ

ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ: ସିଲ୍ ହେଲା ମେଡିକାଲ

ବ୍ରହ୍ମପୁର: ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ । ବ୍ରହ୍ମପୁର ନୂଆ ବସଷ୍ଟାଣ୍ଡ ନିକଟ ଦି ମୁନ୍‌ ହସ୍ପିଟାଲ ନାମରେ ସାଂଘାତିକ ଅଭିଯୋଗ । ହସ୍ପିଟାଲ ସିଲ୍‌ କଲା ପ୍ରଶାସନ । ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ପରେ ମୃତକଙ୍କ ପରିବାର ଓ ସମ୍ପର୍କୀୟ ଶବ ଧରି ମୁନ୍‌ ହସ୍ପିଟାଲ ଆଗରେ ଧାରଣା ଦେଇଥିଲେ । ମେଡିକାଲ କର୍ତ୍ତୃପକ୍ଷଙ୍କ ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରି ପରିବାର ଲୋକ କ୍ଷତିପୂରଣ ଦାବି କରିଛନ୍ତି । ମିଳିଥିବା ସୂଚନା ଅନୁସାରେ, ଜରଡ଼ା ଥାନା ତୁମ୍ବାଗଡ଼ ଗ୍ରାମର ବିଜୟ ପ୍ରଧାନ ଗତ ଦୁଇଦିନ ତଳେ ଦୁର୍ଘଟଣାରେ ଆହତ ହୋଇଥିଲେ । ଜଣେ ବ୍ୟକ୍ତି ଦି ମୁନ୍‌ ହସ୍ପିଟାଲର କର୍ମଚାରୀ ଦର୍ଶ।ଇ ସେହି ହସ୍ପିଟାଲ୍‌କୁ ନେଇଥିଲେ । ସେଠାରେ ରାତିରେ ଅସ୍ତ୍ରୋପଚାର କରିବା ଲାଗି ପ୍ରକ୍ରିୟା ଆରମ୍ଭ ହେଲା । କିନ୍ତୁ ଡାକ୍ତର ଅସ୍ତ୍ରୋପଚାର କରିବା ସମୟରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇଯାଇଥିଲା ।ତେବେ ମୁନ୍‌ ହସ୍ପିଟାଲର ଅବହେଳା ଯୋଗୁଁ ବିଜୟଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର । ୨୦ ଲକ୍ଷ ଟଙ୍କା ସହ ମେଡିକାଲର ଲାଇସେନ୍ସ ରଦ୍ଧ ପାଇଁ ଦାବି କରିଛନ୍ତି ମୃତ ବିଜୟଙ୍କ ପରିବାର ଲୋକେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking