23.1 C
Bhubaneswar
Monday, December 22, 2025
Homeଓଡିଶାପୁଣି ଶ୍ରୀମୟୀଙ୍କ ବାଣ

ପୁଣି ଶ୍ରୀମୟୀଙ୍କ ବାଣ

ଭୁବନେଶ୍ୱର: ପୁଣି ସୋସିଆଲ ମିଡିଆରେ ବିଜେଡିକୁ କଟାକ୍ଷ କଲେ ଶ୍ରୀମୟୀ ମିଶ୍ର । ସୁଜାତା କାର୍ତ୍ତିକେୟନ ପାଣ୍ଡିଆନଙ୍କ ଏଣ୍ଟ୍ରିକୁ ନେଇ ପ୍ରଶ୍ନ ଉଠାଇଲେ ଶ୍ରୀମୟୀ । ବିଜେଡିର ଉତ୍ତରାଧିକାରୀ ଟଣାଓଟରାକୁ ନେଇ ଶ୍ରୀମୟୀ ଆକ୍ଷେପ କରିଛନ୍ତି । ବିଜେଡି ଯୁବନେତାଙ୍କ ବଣଭୋଜିର ଗୁମର ଖୋଲିଦେଲେ ଶ୍ରୀମୟୀ ମିଶ୍ର । ବିଜେଡିର ନୂଆ ଟିମରେ କିଏ ରହିବ ତାକୁ ନେଇ ଚାଲିଛି ଟଣାଓଟରା ଏଭଳି କିଛି ସୋସିଆଲ ମିଡିଆରେ କହିଛନ୍ତି ଶ୍ରୀମୟୀ । ବିଜେଡି ମୁଖିଆ କାହାକୁ ଗୁରୁତ୍ୱ ଦେଉନଥିବା ନେଇ ଶ୍ରୀମୟୀ ସୋସିଆଲ ମିଡିଆରେ ବ୍ୟଙ୍ଗ କବିତା ଲେଖି ପୋଷ୍ଟ କରିଛନ୍ତି । କହିଛନ୍ତି, ସବୁଜ ମୁଖିଆ ଦେଲେନି ସବୁଜ ସଙ୍କେତ, ତାଙ୍କ ନିଷ୍ପତ୍ତିରେ ନାନୀ ଆହତ । ବଣଭୋଜି ଖାଇ କିଛି ଆଶ୍ୱସ୍ତ, କରିପାରିଲେନି କେହି ଅଧିକାର ସାବ୍ୟସ୍ତ । ଚାଲିଛି ବହୁତ ଟଣାଓଟରା, କାହା ଟିମରେ କିଏ ଦେବ ଧରା । କିଏ ଚାକିରି ଛାଡିଲା, କିଏ ମଞ୍ଚ ସଜେଇଲା, କିଏ ସନ୍ନ୍ୟାସ ନେଲା , କିଏ ଅନୁଗତ ହେବାର ନାଟକ କଲା । କାହାର ହେବ ସେ ସବୁଜ ମୁକୁଟ, ମୁଖିଆ ଦେଉନାହାନ୍ତି କାହାକୁ ଗୁରୁତ୍ୱ । ଉତ୍ତରାଧିକାରୀ ନେଇ ନବୀନ ପଟ୍ଟନାୟକ ସବୁଜ ସଙ୍କେତ ଦେନାହାନ୍ତି ବୋଲି ଶ୍ରୀମୟୀ ଦୃଢୋକ୍ତି ପ୍ରକାଶ କରିଛନ୍ତି । ସୁଚନାଥାଉକି, ପୂର୍ବରୁ ବିଜେଡିକୁ ଅନେକ ଥର ଶ୍ରୀମୟୀ କଟାକ୍ଷ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking