21.1 C
Bhubaneswar
Wednesday, December 17, 2025
Homeଓଡିଶାନ୍ୟାସନାଲ ହେରାଲ୍‌ଡ ମିଛ ମାମଲା; ପିସିସି କାର୍ଯ୍ୟକ୍ରମରେ ସହସ୍ରାଧିକ ସାମିଲ ହେଲେ

ନ୍ୟାସନାଲ ହେରାଲ୍‌ଡ ମିଛ ମାମଲା; ପିସିସି କାର୍ଯ୍ୟକ୍ରମରେ ସହସ୍ରାଧିକ ସାମିଲ ହେଲେ

ଇତିମଧ୍ୟରେ ଏଆଇସିସି ପକ୍ଷରୁ ସମସ୍ତ ଜିଲ୍ଲାଗୁଡ଼ିକ ପାଇଁ ପରବର୍ତ୍ତୀ ୧୦ ଦିନର କାର୍ଯ୍ୟସୂଚୀ ଘୋଷିତ ହୋଇଛି। ‘ନ୍ୟାସନାଲ ହେରାଲ୍ଡ ମିଛ ମାମଲାରେ କଂଗ୍ରେସର ନୈତିକ ବିଜୟ’ ପରିପ୍ରେକ୍ଷୀରେ ୧୮ ତାରିଖ ଗୁରୁବାର ସମସ୍ତ ସାଂଗଠନିକ ଜିଲ୍ଲା ମୁଖ୍ୟାଳୟରେ ବିଜେପି ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ହେବ। ସେହିପରି ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାର ନାମକରଣ ବଦଳାଇବା, ଯୋଜନାର ରୂପରେଖ ବିକୃତ କରିବା ବିରୋଧରେ ସମସ୍ତ ସାଂଗଠନିକ ଜିଲ୍ଲା ମୁଖ୍ୟାଳୟରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଆଗରେ ଆସନ୍ତା ୨୨ ତାରିଖ ସୋମବାର ଧାରଣା ଦିଆଯିବା ସହ ବିଜେପି ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ହେବ। ଧାରଣାସ୍ଥଳରୁ ଜିଲ୍ଲା କଂଗ୍ରେସ ସଭାପତି ନେତୃବୃନ୍ଦ ଓ କର୍ମୀମାନଙ୍କ ସହ ଏକ ଶୋଭାଯାତ୍ରାରେ ଯାଇ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିବେ। ୨୮ ତାରିଖ ରବିବାର ହେଉଛି ଭାରତୀୟ ଜାତୀୟ କଂଗ୍ରେସର ପ୍ରତିଷ୍ଠା ଦିବସ। ଏହି ଅବସରରେ ସମସ୍ତ ଜିଲ୍ଳା, ବ୍ଲକ, ପଞ୍ଚାୟତ, ଏପରିକି ଗ୍ରାମାଞ୍ଚଳ ସ୍ତରରେ ଏହି ପ୍ରତିଷ୍ଠା ଦିବସ ପାଳନ କରାହେବ। ଉପରୋକ୍ତ କାର୍ଯ୍ୟକ୍ରମମାନଙ୍କରେ ସଂପୃକ୍ତ ଜିଲ୍ଳାର ସମସ୍ତ ବିଧାୟକ/ସାଂସଦ, ପୂର୍ବତନ ବିଧାୟକ/ ପୂର୍ବତନ ସାଂସଦ, ପିସିସି କର୍ମକର୍ତ୍ତା / ଜିଲ୍ଲା କଂଗ୍ରେସ କର୍ମକର୍ତ୍ତା / ବ୍ଲକ ଓ ନଗର କଂଗ୍ରେସ ସଭାପତି / ଜିଲ୍ଲା ସାମ୍ମୁଖ୍ୟ, ପ୍ରକୋଷ୍ଠ ଓ ବିଭାଗର ମୁଖ୍ୟ ଓ କର୍ମକର୍ତ୍ତା / ଗତ ସାଧାରଣ ନିର୍ବାଚନର ବିଧାୟକ ଓ ସାଂସଦ ପ୍ରାର୍ଥୀ / ପିସିସି ଓ ଏଆଇସିସି ସଭ୍ୟ/ କଂଗ୍ରେସ ନେତୃବୃନ୍ଦ ଓ କର୍ମୀମାନଙ୍କୁ କାର୍ଯ୍ୟକ୍ରମ ଗୁଡ଼ିକ ସମ୍ପର୍କରେ ଜିଲ୍ଲା ସଭାପତିମାନେ ଅବଗତ କରାଇବେ ଏବଂ କାର୍ଯ୍ୟକ୍ରମକୁ ସଫଳ କରାଇବାକୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଅନୁରୋଧ କରିଛନ୍ତି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking