18.1 C
Bhubaneswar
Tuesday, December 16, 2025
Homeଲୁକ୍‌ବ୍ୟାକ୍‌-୨୦୨୫ଲୁକ୍ ବ୍ୟାକ୍‌ ୨୦୨୫- ଦକ୍ଷିଣ ଆଫ୍ରିକାକୁ ହରାଇ ପ୍ରଥମ ଥର ଚାମ୍ପିଅନ ହେଲା ଭାରତ

ଲୁକ୍ ବ୍ୟାକ୍‌ ୨୦୨୫- ଦକ୍ଷିଣ ଆଫ୍ରିକାକୁ ହରାଇ ପ୍ରଥମ ଥର ଚାମ୍ପିଅନ ହେଲା ଭାରତ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତ ପ୍ରଥମ ଥର ପାଇଁ ବିଶ୍ୱକପ ଜିତିଛି । ଭାରତୀୟ ମହିଳା କ୍ରିକେଟ୍ ଦଳ ସର୍ବପ୍ରଥମ ବିଶ୍ୱକପ୍‌‌ ଜିତି ଦୀର୍ଘ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟାଇଛି । ୨୦୦୫ ଫାଇନାଲ୍‌‌ରେ ଅଷ୍ଟ୍ରେଲିଆଠାରୁ ଏବଂ ୨୦୧୭ ଫାଇନାଲ୍‌‌ରେ ଇଂଲଣ୍ଡଠାରୁ ହାରି ରନର୍ସଅପ୍‌‌ ହୋଇଥିବା ଭାରତୀୟ ଦଳ ତୃତୀୟ ଥର ଫାଇନାଲ୍ ଖେଳି ପ୍ରଥମ ଥର ବିଶ୍ୱ ବିଜେତା ହୋଇଛି । ନବି ମୁମ୍ବାଇର ଡିୱାଇ ପାଟିଲ୍ ଷ୍ଟାଡିୟମ୍‌‌ରେ ରବିବାର ରାତିରେ ଭାରତୀୟ ମହିଳା ଦଳ ରୋମାଞ୍ଚକ ଭାବେ ପ୍ରଥମ ଥର ଫାଇନାଲିଷ୍ଟ୍‌‌ ଦକ୍ଷିଣ ଆଫ୍ରିକାକୁ ୫୨ ରନ୍‌‌ରେ ହରାଇ ଏହି ଐତିହାସିକ କ୍ଷଣକୁ ସାଉଁଟି ନେଇଛି। ପୁରୁଷ ଦଳର ୪ ବିଶ୍ୱ ମୁକୁଟକୁ ମିଶାଇଲେ ଏହା ଭାରତର ପଞ୍ଚମ ଆଇସିସି ବିଶ୍ୱକପ୍‌‌ ବିଜୟ । ପ୍ରଥମେ ବ୍ୟାଟିଂ କରି ସ୍ମୁତି ମନ୍ଧାନା ୪୫ ରନ୍ ଓ ଶେଫାଳି ବର୍ମା ୮୭ ରନ୍ ଶତକୀୟ ଭାଗୀଦାର ପରେ ଭାରତ ୨୯୮ ରନ୍‌‌ କରିଥିଲା । ଦକ୍ଷିଣ ଆଫ୍ରିକା ପାଳି ୪୫.୩ ଓଭରରେ ୨୪୬ ରନ୍‌‌ରେ ଶେଷ ହୋଇଯାଇଥିଲା । ଦାୟିତ୍ୱପୂର୍ଣ୍ଣ ଅର୍ଦ୍ଧଶତକ ପରେ ଭେଟେରାନ୍ ଅଲ୍‌‌ରାଉଣ୍ଡ‌ର୍ ଦୀପ୍ତିଙ୍କ ୫ ୱିକେଟ୍ ଦଖଲ କରିବା ନିର୍ଣ୍ଣାୟକ ହୋଇଥିଲା ।ଅଲରାଉଣ୍ଡର ପଦର୍ଶନ ପାଇଁ ଦୀପ୍ତିଙ୍କୁ ପ୍ଲେୟର ଅଫ ଦ ଟୁର୍ଣ୍ଣାମେଣ୍ଟ ଘୋଷିତ କରାଯାଇଥିଲା । ଦୀପ୍ତିଙ୍କ ଭଳି ଶେଫାଳି ବର୍ମାଙ୍କ ଅଲ୍‌‌ରାଉଣ୍ଡ୍ ପ୍ରଦର୍ଶନ ୮୭ ରନ କରିବା ସହ ୨ ଟି ୱିକେଟ ନେଇ ମ୍ୟାନ ଅଫ ଦ ମ୍ୟାଚ ଘୋଷିତ ହୋଇଥିଲେ । ଅନ୍ୟପକ୍ଷରେ ପ୍ରଥମ ଥର ପାଇଁ ଫାଇନାଲ୍‌‌ ଖେଳିଥିବା ଦକ୍ଷିଣ ଆଫ୍ରିକାର ସ୍ୱପ୍ନ ଅଧୁରା ରହିଯାଇଛି ।ଶେଫାଳି ଫାଇନାଲ୍‌‌ର ଏବଂ ଦୀପ୍ତି ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଏହି ବିଜୟ ସହ ୧୪୫ କୋଟି ଭାରତୀୟ ଆନନ୍ଦଉଲ୍ଲାସରେ ନାଚି ଉଠିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସହ ବହୁ ପୂର୍ବତନ ଖେଳାଳି ଓ ଖେଳ ପ୍ରଶାସକ ବିଶ୍ୱକପ୍‌‌ ବିଜୟ ପାଇଁ ଭାରତୀୟ ମହିଳା ଦଳକୁ ବଧାଇ ଜଣାଇଛନ୍ତି।

ଦୃଷ୍ଟିହୀନ ମହିଳା ବିଶ୍ୱକପ୍ ଫାଇନାଲ୍‌‌ରେ ଭାରତ ବିଜୟ

ପ୍ରଥମ ଦୃଷ୍ଟିହୀନ ମହିଳା ବିଶ୍ୱକପ୍ ଫାଇନାଲ୍‌‌ରେ ଭାରତ ବିଜୟ। କଲମ୍ବୋରେ ନେପାଳକୁ ପରାସ୍ତ କରି ଭାରତୀୟ ମହିଳା ଦୃଷ୍ଟିହୀନ କ୍ରିକେଟ୍ ଦଳ ପ୍ରଥମ ଥର ପାଇଁ ବିଶ୍ୱକପ୍ ଟାଇଟେଲ୍ ଜିତିଛି। ଏହି ରୋମାଞ୍ଚକର ଫାଇନାଲ୍ ମ୍ୟାଚ୍‌‌ରେ ଭାରତ ନେପାଳକୁ ସାତ ୱିକେଟରେ ପରାସ୍ତ କରି ଟାଇଟେଲ୍ ଜିତିଛି। ଭାରତ ସମଗ୍ର ଟୁର୍ଣ୍ଣାମେଣ୍ଟରେ ଅପରାଜିତ ରହି ତିନୋଟି ମ୍ୟାଚ୍ ଜିତି ଟାଇଟେଲ୍ ଜିତିଛି। ଭାରତ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ନେପାଳ ୨୦ ଓଭରରେ ୫ ୱିକେଟ୍ ହରାଇ ୧୧୪ ରନ୍ କରିଥିଲା। ଭାରତ ୪୭ ବଲ୍ ବାକି ଥାଇ ୧୨.୧ ଓଭରରେ ଏହି ଲକ୍ଷ୍ୟ ହାସଲ କରିଥିଲା। ଭାରତୀୟ ଓପନର ଖୁଲା ଧାରି ୨୭ ବଲରୁ ୪ ଚୌକା ସହିତ ଅପରାଜିତ ୪୪ ରନ୍ କରିଥିଲେ। କୋଡ଼ିଏ ଦିନ ପୂର୍ବେ, ଭାରତୀୟ ମହିଳା ଦଳ ନଭି ମୁମ୍ବାଇରେ ଦକ୍ଷିଣ ଆଫ୍ରିକା ଦଳକୁ ପରାସ୍ତ କରି ମହିଳା କ୍ରିକେଟରେ ଏକ ନୂତନ ଅଧ୍ୟାୟ ଆରମ୍ଭ କରିଥିଲା। ଏବେ, ଭାରତୀୟ ଦୃଷ୍ଟିହୀନ ମହିଳା ଦଳ ମଧ୍ୟ ବିଶ୍ୱକପ୍ ଜିତି ଦୃଷ୍ଟିହୀନ କ୍ରିକେଟ ପାଇଁ ଏକ ଇତିହାସ ସୃଷ୍ଟି କରିଛି।

ବାରବାଟୀରେ ଭାରତର ବଡ଼ ବିଜୟ, ୭୪ ରନ୍‌‌ରେ ଦକ୍ଷିଣ ଆଫ୍ରିକା ଅଲ୍‌‌ଆଉଟ୍‌‌

ଐତିହାସିକ ବାରବାଟୀ ଷ୍ଟାଡିୟମରେ ମଙ୍ଗଳବାର ଭାରତୀୟ କ୍ରିକେଟ୍‌‌ ଟିମ୍‌‌ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦମ୍‌‌ଦାର ବିଜୟ ହାସଲ କରିଛି। ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କର ବିସ୍ଫୋରକ ବ୍ୟାଟିଂ ଓ ବୋଲରଙ୍କ ଦମଦାର ବୋଲିଂ ଫଳରେ ୫ ମ୍ୟାଚ୍‌‌ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌‌କୁ ସୂର୍ଯ୍ୟକୁମାର ଯାଦବଙ୍କ ଟିମ୍‌‌ ୧୦୧ ରନ୍‌‌ରେ ଜିତିଛି। ୧୭୬ ରନ୍‌‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ୧୨.୩ ଓଭରରେ ସମସ୍ତ ୱିକେଟ୍‌‌ ହରାଇ ୭୪ ରନ୍‌‌ କରିଛି। ଘରୋଇ ଦଳ ଏଠାରେ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍‌‌ ହରାଇ ୧୭୫ ରନ୍‌‌ ସଂଗ୍ରହ କରିଥିଲା। ଏହି ବିଜୟ ସହିତ ଭାରତ ଶୃଙ୍ଖଳାରେ ୧-୦ରେ ଅଗ୍ରଣୀଲାଭ କରିଛି। ଭାରତୀୟ ବୋଲର ବାରବାଟୀରେ ଦମଦାର ପ୍ରଦର୍ଶନ କରିଥିଲେ। ଫଳରେ ୫୦ ରନ୍‌‌ରେ ଦକ୍ଷିଣ ଆଫ୍ରିକାର ଅଧା ଖେଳାଳି ଆଉଟ୍‌‌ ହୋଇଥିଲେ। ଭାରତର ଦ୍ରୁତ ବୋଲର ଅର୍ଶଦୀପ ସିଂହଙ୍କ ବଲ୍‌‌ ଅଭିଷେକ ଶର୍ମାଙ୍କୁ କ୍ୟାଚ୍‌‌ ଦେଇ କ୍ୱିଣ୍ଟାନ୍‌‌ ଡି’ କକ୍‌‌ ଆଉଟ୍‌‌ ହୋଇଥିଲେ। ଦକ୍ଷିଣ ଆଫ୍ରିକା ମାତ୍ର ୧ ରନ୍‌‌ରେ ପ୍ରଥମ ୱିକେଟ୍‌‌ ହରାଇଥିଲା। ଅତିଥି ଦଳ କ୍ୱିଣ୍ଟାନ୍‌‌ ଡି’ କକ୍‌‌ଙ୍କ ପରେ ତ୍ରିଷ୍ଟନ୍ ଷ୍ଟବ୍ସଙ୍କୁ ହରାଇ ଥିଲା। ତ୍ରିଷ୍ଟନ୍ ଷ୍ଟବ୍ସ ୯ଟି ବଲ୍‌‌ ଖେଳି ୧୪ ରନ୍‌‌ ସଂଗ୍ରହ କରିଥିଲେ। ସେ ମଧ୍ୟ ଅର୍ଶଦୀପଙ୍କ ବଲ୍‌‌ ଜିତେଶ ଶର୍ମାଙ୍କୁ କ୍ୟାଚ୍‌‌ ଦେଇ ପାଭିଲିଅନ୍‌‌ ଫେରି ଆସିଥିଲେ। ଦକ୍ଷିଣ ଆଫ୍ରିକା ୨.୩ ଓଭରରେ ୧୬ ରନ୍‌‌ ସଂଗ୍ରହ କରି ଦ୍ୱିତୀୟ ୱିକେଟ୍‌‌ ହରାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking