22.1 C
Bhubaneswar
Monday, December 15, 2025
Homeଦେଶ ବିଦେଶସିଡ୍‌ନୀରେ ଫାୟାରିଂ: ୧୦ ମୃତ

ସିଡ୍‌ନୀରେ ଫାୟାରିଂ: ୧୦ ମୃତ

ସିଡ୍‌ନୀ: ସିଡ୍‌ନୀର ବଣ୍ଡି ବିଚ୍‌ରେ ଆଖିବୁଜା ଫାୟାରିଂ। ଫାୟାରିଂରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଫାୟାରିଂରେ ଅନେକ ଆହତ ହୋଇଥିବା ମଧ୍ୟ ସୂଚନା ମିଳିଛି । ଏହି ଘଟଣାରେ ପୋଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଅଟକ ରଖିଛି। ୨ ବନ୍ଧୁକଧାରୀ ୫୦ ରାଉଣ୍ଡ ଗୁଳି ଫୁଟାଇଥିବା ସୂଚନା ମିଳିଛି। ଏହି ଘଟଣା ପରେ ସିଡ୍‌ନୀର ବଣ୍ଡି ବିଚ୍ ଯିବାକୁ ଜାରି ହେଲା ନିର୍ଦ୍ଦେଶ।ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ନହେବା ପର୍ଯ୍ୟନ୍ତ ପୁଲିସ ଲୋକଙ୍କୁ ଅଞ୍ଚଳକୁ ଏଡାଇବାକୁ ଏବଂ ଘର ଭିତରେ ରହିବାକୁ ଅନୁରୋଧ କରିଛି। ଫାୟାରିଂ ସମୟରେ ଇହୁଦୀ ପର୍ବ ପାଳନ ପାଇଁ ଶତାଧିକ ଏକାଠି ହୋଇଥିଲେ। ନ୍ୟୁ ସାଉଥ୍ ୱେଲ୍ସ ପୁଲିସ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ସତର୍କ ସୂଚନା ଜାରି କରି କହିଛି, “ପୁଲିସ ବର୍ତ୍ତମାନ ଏହି ଘଟଣାର ଛାନଭିନ କରୁଛି। ଦୟାକରି ଉକ୍ତ ଅଞ୍ଚଳରୁ ଦୂରରେ ରୁହନ୍ତୁ ଏବଂ ଜରୁରୀକାଳୀନ ସେବାର ନିର୍ଦ୍ଦେଶ ପାଳନ କରନ୍ତୁ।” ଏହି ଘଟଣାରେ ପୋଲିସ ବର୍ତ୍ତମାନ ଅଞ୍ଚଳକୁ ଘେରାବନ୍ଦୀ କରି ତଦନ୍ତ କରୁଛି ଏବଂ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking