29.1 C
Bhubaneswar
Monday, February 2, 2026
Homeଦେଶ ବିଦେଶଟ୍ରମ୍ପ୍ ପ୍ରଶାସନ ନିଷ୍ପତ୍ତି ବିରୋଧରେ ୨୦ ରାଜ୍ୟ କୋର୍ଟ ଦ୍ୱାରସ୍ଥ

ଟ୍ରମ୍ପ୍ ପ୍ରଶାସନ ନିଷ୍ପତ୍ତି ବିରୋଧରେ ୨୦ ରାଜ୍ୟ କୋର୍ଟ ଦ୍ୱାରସ୍ଥ

ୱାଶିଂଟନ୍‌: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଏକଛତ୍ରବାଦୀ ନୀତି ଓ ମନୋଭାବକୁ ତାଙ୍କରି ଦେଶରେ ବିରୋଧ କରାଯାଉଛି। ରିପୋର୍ଟ ଅନୁସାରେ ଟ୍ରମ୍ପ ପ୍ରଶାସନର ନୂତନ ଏଚ୍‌-୧ବି ଭିସା ଆବେଦନ ଉପରେ ୧୦୦,୦୦୦ ଶୁଳ୍କ ଲାଗୁ କରିବାର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଆମେରିକାର ପ୍ରାୟ ୨୦ଟି ରାଜ୍ୟ କୋର୍ଟଙ୍କ ଦ୍ୱାରସ୍ଥ ହେବା ପୂର୍ବକ ମାମଲା ଦାୟର କରିଛନ୍ତି। ରାଜ୍ୟଗୁଡ଼ିକ ଯୁକ୍ତି ଦେଇଛନ୍ତି ଯେ ଏହି ନୀତି ବେଆଇନ ଏବଂ ଅତ୍ୟାବଶ୍ୟକ ସାର୍ବଜନୀନ ସେବାକୁ ବିପଦରେ ପକାଇଥାଏ। ଏହି ଶୁଳ୍କ ଗୃହ ସୁରକ୍ଷା ବିଭାଗ ଦ୍ୱାରା କାର୍ଯ୍ୟକାରୀ କରାଯାଏ। ଏଚ୍‌-୧ବି ଭିସା ହସ୍ପିଟାଲ, ବିଶ୍ୱବିଦ୍ୟାଳୟ ଏବଂ ସ୍କୁଲ ଭଳି ପ୍ରତିଷ୍ଠାନ ଦ୍ୱାରା ଉଚ୍ଚ ଦକ୍ଷ ବିଦେଶୀ କର୍ମଚାରୀଙ୍କୁ ନିଯୁକ୍ତି ଦେବା ପାଇଁ ବ୍ୟବହାର କରାଯାଏ। କିନ୍ତୁ ଟ୍ରମ୍ପ୍ ପ୍ରଶାସନର ଏପ୍ରକାର କଠୋର ନିଷ୍ପତ୍ତି ଫଳରେ ଏବେ ଏସବୁ ସ୍ଥାନରେ ଦକ୍ଷ କର୍ମଚାରୀଙ୍କ ଅଭାବ ପରିଲକ୍ଷିତ ହେବ।

କାଲିଫର୍ଣ୍ଣିଆ ଆଟର୍ଣ୍ଣି ଜେନେରାଲ ରବ ବୋଣ୍ଟା କହିଛନ୍ତି ଯେ ପ୍ରଶାସନ ପାଖରେ ଶୁଳ୍କ ଲାଗୁ କରିବାର ଅଧିକାର ନାହିଁ। ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତି ଭାବରେ, କାଲିଫର୍ଣ୍ଣିଆ ବେଶ୍ ଭଲଭାବେ ଜାଣିଛି ଯେ, ଯେତେବେଳେ ବିଶ୍ୱର ବିଭିନ୍ନ ସ୍ଥାନରୁ ଦକ୍ଷ ପ୍ରତିଭା ଆମ କାର୍ଯ୍ୟବଳରେ ଯୋଗ ଦିଅନ୍ତି, ଏହା ଆମକୁ ଆଗକୁ ବଢ଼ାଇଥାଏ। ସୁତରାଂ ଟ୍ରମ୍ପଙ୍କ ୧୦୦,୦୦୦ ଭିସା ଫି’ ଏକ ବେଆଇନ ଆର୍ôଥକ ବୋଝ ଲଦିଛି ଏବଂ ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବା ଭଳି କ୍ଷେତ୍ରରେ ଶ୍ରମିକ ଅଭାବକୁ ଆହୁରି ବଢ଼ାଇବ ବୋଲି ସେମାନେ ଅଭିଯୋଗ କରିଛନ୍ତି। ପ୍ରକାଶ, ଟ୍ରମ୍ପ ସେପ୍େଟମ୍ବର ୧୯ରେ ଜାରି ଏକ ଆଦେଶ ମାଧ୍ୟମରେ ଏହି ବର୍ଦ୍ଧିତ ଭିସା ଫି’ ଲାଗୁ କରିଛନ୍ତି। ଏହି ନିୟମ ସେପ୍ଟେମ୍ବର ୨୧ ପରେ ଦାଖଲ ହୋଇଥିବା ଏଚ୍‌-୧ ବି ଆବେଦନ ପାଇଁ ପ୍ରଯୁଜ୍ୟ। କାଲିଫର୍ଣ୍ଣିଆ ଏବଂ ମାସାଚ୍ୟୁସେଟ୍ସ ବ୍ୟତୀତ ଆରିଜୋନା, କଲୋରାଡୋ, ନ୍ୟୁୟର୍କ, ନ୍ୟୁଜର୍ସି ଏବଂ ୱାଶିଂଟନ୍ ସମେତ ୧୮ଟି ରାଜ୍ୟର ର ଆଟର୍ଣ୍ଣି ଜେନେରାଲମାନେ ମିଳିତ ଭାବେ କୋର୍ଟରେ ମାମଲା ଦାୟର କରିଛନ୍ତି। ଏସବୁ ରାଜ୍ୟଗୁଡ଼ିକ ଅଭିଯୋଗ କରିଛନ୍ତି ଯେ ଏହି ନୀତି ଆମେରିକାର ଆଇନ ଏବଂ ସମ୍ବିଧାନକୁ ଉଲ୍ଲଂଘନ କରୁଛି କାରଣ ଏହା ଉପଯୁକ୍ତ ପ୍ରକ୍ରିୟା ବିନା କାର୍ଯ୍ୟକାରୀ କରାଯାଇଥିଲା। ବର୍ତ୍ତମାନ, ନିଯୁକ୍ତିଦାତାମାନେ ପ୍ରତି ଏଚ-୧ ବି ଆବେଦନ ପାଇଁ ୯୬୦ ରୁ ୭,୫୯୫ ପର୍ଯ୍ୟନ୍ତ ଫି’ ଦିଅନ୍ତି । ନୂତନ ନିୟମ ଏହି ଖର୍ଚ୍ଚକୁ ଅନେକ ଗୁଣ ବୃଦ୍ଧି କରିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking