29.4 C
Bhubaneswar
Tuesday, June 16, 2026
Homeଓଡିଶାକଂଗ୍ରେସକୁ ମୋଦୀଙ୍କ କଟାକ୍ଷ

କଂଗ୍ରେସକୁ ମୋଦୀଙ୍କ କଟାକ୍ଷ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନ ଉତ୍ତରପ୍ରଦେଶର ଏନଡିଏ ସାଂସଦମାନଙ୍କୁ ଭେଟି ଜନସାଧାରଣଙ୍କ ନିକଟରେ ପହଞ୍ଚିବା ପାଇଁ ସୋସିଆଲ ମିଡିଆ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି । ସଂସଦ ଶୀତକଳୀନ ଅଧିବେଶନର ପୃଷ୍ଠଭୁମିରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରଧାନମନ୍ତ୍ରୀ ବୈଠକରେ କହିଥିଲେ ବିଧାୟକମାନେ ଜନସାଧାରଣଙ୍କ ସହ ଯୋଗାଯୋଗରେ ରହିବା ଉଚିତ । ସାଂସଦଙ୍କ ଦ୍ୱାରା କରାଯାଉଥିବା ବିକାଶମୂଳକ କାର୍ଯ୍ୟ ବିଷୟରେ ସେମାନଙ୍କୁ ସଚେତନ କରିବା ଉଚିତ । ଆହୁରି କଂଗ୍ରେସକୁ କଟାକ୍ଷ କରି କହିଛନ୍ତି, ପୁରୁଣା ଦଳ କେବଳ ମିଥ୍ୟା ପ୍ରତିଶ୍ରୁତି ଦିଏ । ଏବଂ ନିର୍ବାଚନ ପଖେଇ ଆସିଲେ କାମ କରିବାର ଦେଖାଇଥାନ୍ତି । କିନ୍ତ୍‌ୁ ଏନଡିଏ ଦଳ ଲୋକଙ୍କ ପାଇଁ ଦିନରାତି କାମ କରୁଥାଏ ।ସଂସଦର ଶୀତକାଳୀନ ଅଧିବେଶନକୁ ନେଇ, ଏହା ଡିସେମ୍ବର 19 ରେ ଶେଷ ହେବ। ଗୁରୁବାର ଦିନ, ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀର 7, ଲୋକ କଲ୍ୟାଣ ମାର୍ଗସ୍ଥିତ ତାଙ୍କ ବାସଭବନରେ ସମସ୍ତ NDA ସାଂସଦଙ୍କ ପାଇଁ ଏକ ରାତ୍ରୀଭୋଜନର ଆୟୋଜନ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking