ନୂଆଦିଲ୍ଲୀ: ଶୀତଦିନେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ରହିଥାଏ । ଏହି ସମୟରେ ଆପଣଙ୍କ ଖାଦ୍ୟର ଯତ୍ନ ନେବା ଏବଂ ପୁଷ୍ଟିକର ଖାଦ୍ୟ ଖାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ଋତୁରେ ଦହି ଏକ ସୁପରଫୁଡ ପ୍ରମାଣିତ ହୋଇପାରେ । ଦହି ଏକ ସାତ୍ତ୍ୱିକ ଏବଂ ପୁଷ୍ଟିକର ଖାଦ୍ୟ । ଏହା ପାଚନ ପ୍ରକ୍ରିୟାକୁ ଉନ୍ନତ କରେ । ଏହି କାରଣରୁ ଶୀତଦିନେ ଦହି ସେବନ ଶରୀରରେ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରେ । ଏଥିରେ ପ୍ରୋଟିନ, କ୍ୟାଲସିୟମ ଏବଂ ଭିଟାମିନ ବି ୧୨ ଭରପୁର ପରିମାଣରେ ରହିଛି । ନିୟମିତ ଦହି ସେବନ ଶୀତଦିନ ସାଧାରଣ ଥଣ୍ଡା ଏବଂ ଭାଇରାଲ ସଂକ୍ରମଣ ସହିତ ଲଢିବାରେ ସାହାର୍ଯ୍ୟ କରେ । ଶୀତଦିନେ ଚର୍ମ ଶୁଷ୍କ ଏବଂ ସମ୍ବେଦନଶୀଳ ମଧ୍ୟ ହୋଇପାରେ ଦହିରେ ଥିବା ପ୍ରୋଟିନ ଏବଂ ଆଣ୍ଟି ଅକ୍ସିଡାଣ୍ଟ ଚର୍ମକୁ ପୋଷଣ ପ୍ରଦାନ କରେ । ଦହିର ପାଚନ ତନ୍ତ୍ର ଉପରେ ମଧ୍ୟ ସିଧାସଳଖ ପ୍ରଭାବ ପକାଏ । ଶୀତ ଦିନେ ଦହି ଖାଇବା କିଛି ରୋଗରୁ ମୁକ୍ତି ଦେବାରେ ମଧ୍ୟ ପ୍ରଭାବଶାଳୀ ହୋଇଥାଏ ।









