28.1 C
Bhubaneswar
Tuesday, February 3, 2026
Homeଓଡିଶାବାଇକ୍ ଧକ୍କା ଦେଲା ଟ୍ରାକ୍ଟର: ଜଣେ ମୃତ

ବାଇକ୍ ଧକ୍କା ଦେଲା ଟ୍ରାକ୍ଟର: ଜଣେ ମୃତ

ଭଦ୍ରକ: ଭଦ୍ରକ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ବାଇକ୍‌କୁ ଧକ୍କା ଦେଲା ଟ୍ରାକ୍ଟର। ଏହି ଦୁର୍ଘଟଣାରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଆଉ ଜଣେ ଆହତ। ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଆମ୍ବା ରୋଲି ନାଳ ଉପରେ ଥିବା ପୋଲ ଉପରେ ଘଟିଛି। ମୃତ ବ୍ୟକ୍ତି ଜଣକ ଖଇରା ଥାନା ସୀମା ଅନ୍ତର୍ଗତ ଅନ୍ତରା ଅଞ୍ଚଳର ପର୍ଶୁରାମ ଜେନା ବୋଲି ଚିହ୍ନଟ ହୋଇଛି। ରିପୋର୍ଟ ଅନୁସାରେ, ପର୍ଶୁରାମ ତାଙ୍କ ନାତି ସହିତ ଏକ ବାଇକ୍ ଯୋଗେ ଘରକୁ ଫେରୁଥିଲେ। ଯେତେବେଳେ ସେମାନେ ନାଳ ଉପରେ ପୋଲ ପାର ହେଉଥିଲେ, ସେତେବେଳେ ଏକ ଦ୍ରୁତଗାମୀ ଟ୍ରାକ୍ଟର ପଛ ପାର୍ଶ୍ୱରୁ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ହିଁ ପର୍ଶୁରାମଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ନାତି ଆହତ ହୋଇଥିଲେ। ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ପୁଅଟିକୁ ଉଦ୍ଧାର କରି ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ଏବଂ ଘଟଣା ସମ୍ପର୍କରେ ପୋଲିସକୁ ଜଣାଇଥିଲେଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking