18.1 C
Bhubaneswar
Thursday, February 5, 2026
Homeଓଡିଶାରାଜଧାନୀରେ କନିଷ୍ଠ ଶିକ୍ଷକ ସଂଘର ଗର୍ଜନ

ରାଜଧାନୀରେ କନିଷ୍ଠ ଶିକ୍ଷକ ସଂଘର ଗର୍ଜନ

ଭୁବନେଶ୍ୱର: ଆନ୍ଦୋଳନକୁ ଓହ୍ଲାଇଲା ଓଡିଶା କନିଷ୍ଠ ଶିକ୍ଷକ ସଂଘ । ଲୋୟର ପିଏମଜିରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣାରେ ବସିଲା ସଂଘ। ସାରା ରାଜ୍ୟରେ ଥିବା ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ଶିଶୁ ବାଟିକା  ପାଖରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନଙ୍କୁ ସମସ୍ତ ବିଷୟ ପଢ଼ାଉଥିବା ବେଳେ, ଠିକା କର୍ମଚାରୀ ଭାବେ ସାରା ରାଜ୍ୟରେ ୧୩ ହଜାରରୁ ଅଧିକ ଶିକ୍ଷକ କାର୍ଯ୍ୟରତ । ତଥାପି ସରକାରଙ୍କର କୃପା ଦୃଷ୍ଟି ପଡିଲା ନାହିଁ । ଅଗଷ୍ଟ ୨୨ ତାରିଖରେ ରାଜ୍ୟ ସରକାର ଘୋଷଣା କରିଥିଲେ ରାଜ୍ୟରେ  କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରିବା ପାଇଁ,  ହେଲେ ୪ ମାସ ବିତିଯାଇଥିଲେ ବି କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରିବା ପାଇଁ ସରକାରୀ ନିର୍ଦ୍ଦେଶନାମା ବାହାରୁନି । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛି ସଂଘ । ସେଥିପାଇଁ ଆଜିଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଲୋୟର ପିଏମଜିରେ ଧାରଣାରେ ବସିଲା ସଂଘ । ସରକାରୀ ମାନ୍ୟତା ସହିତ ୧୩ ଦଫା ଦାବିରେ ଓଡିଶା  ଆଦର୍ଶ ବିଦ୍ୟାଳୟ ଶିକ୍ଷକ ମହାସଂଘ ପକ୍ଷରୁ ଲୋୟର୍ ପିଏମ୍‌ଜିରେ ଧାରଣା ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking