19.1 C
Bhubaneswar
Tuesday, February 3, 2026
Homeଓଡିଶାବାରବାଟୀରେ ଭାରତର ବଡ଼ ବିଜୟ, ୭୪ ରନ୍‌ରେ ଦକ୍ଷିଣ ଆଫ୍ରିକା ଅଲ୍‌ଆଉଟ୍‌

ବାରବାଟୀରେ ଭାରତର ବଡ଼ ବିଜୟ, ୭୪ ରନ୍‌ରେ ଦକ୍ଷିଣ ଆଫ୍ରିକା ଅଲ୍‌ଆଉଟ୍‌

କଟକ: ଐତିହାସିକ ବାରବାଟୀ ଷ୍ଟାଡିୟମରେ ମଙ୍ଗଳବାର ଭାରତୀୟ କ୍ରିକେଟ୍‌ ଟିମ୍‌ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦମ୍‌ଦାର ବିଜୟ ହାସଲ କରିଛି। ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କର ବିସ୍ଫୋରକ ବ୍ୟାଟିଂ ଓ ବୋଲରଙ୍କ ଦମଦାର ବୋଲିଂ ଫଳରେ ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌କୁ ସୂର୍ଯ୍ୟକୁମାର ଯାଦବଙ୍କ ଟିମ୍‌ ୧୦୧ ରନ୍‌ରେ ଜିତିଛି। ୧୭୬ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ୧୨.୩ ଓଭରରେ ସମସ୍ତ ୱିକେଟ୍‌ ହରାଇ ୭୪ ରନ୍‌ କରିଛି। ଘରୋଇ ଦଳ ଏଠାରେ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍‌ ହରାଇ ୧୭୫ ରନ୍‌ ସଂଗ୍ରହ କରିଥିଲା। ଏହି ବିଜୟ ସହିତ ଭାରତ ଶୃଙ୍ଖଳାରେ ୧-୦ରେ ଅଗ୍ରଣୀଲାଭ କରିଛି। ଭାରତୀୟ ବୋଲର ବାରବାଟୀରେ ଦମଦାର ପ୍ରଦର୍ଶନ କରିଥିଲେ। ଫଳରେ ୫୦ ରନ୍‌ରେ ଦକ୍ଷିଣ ଆଫ୍ରିକାର ଅଧା ଖେଳାଳି ଆଉଟ୍‌ ହୋଇଥିଲେ। ଭାରତର ଦ୍ରୁତ ବୋଲର ଅର୍ଶଦୀପ ସିଂହଙ୍କ ବଲ୍‌ ଅଭିଷେକ ଶର୍ମାଙ୍କୁ କ୍ୟାଚ୍‌ ଦେଇ କ୍ବିଣ୍ଟନ୍‌ ଡି’ କକ୍‌ ଆଉଟ୍‌ ହୋଇଥିଲେ। ଦକ୍ଷିଣ ଆଫ୍ରିକା ମାତ୍ର ୧ ରନ୍‌ରେ ପ୍ରଥମ ୱିକେଟ୍‌ ହରାଇଥିଲା। ଅତିଥି ଦଳ କ୍ବିଣ୍ଟନ୍‌ ଡି’ କକ୍‌ଙ୍କ ପରେ ତ୍ରିଷ୍ଟନ୍ ଷ୍ଟବ୍ସଙ୍କୁ ହରାଇ ଥିଲା। ତ୍ରିଷ୍ଟନ୍ ଷ୍ଟବ୍ସ ୯ଟି ବଲ୍‌ ଖେଳି ୧୪ ରନ୍‌ ସଂଗ୍ରହ କରିଥିଲେ। ସେ ମଧ୍ୟ ଅର୍ଶଦୀପଙ୍କ ବଲ୍‌ ଜିତେଶ ଶର୍ମାଙ୍କୁ କ୍ୟାଚ୍‌ ଦେଇ ପାଭିଲିଅନ୍‌ ଫେରି ଆସିଥିଲେ। ଦକ୍ଷିଣ ଆଫ୍ରିକା ୨.୩ ଓଭରରେ ୧୬ ରନ୍‌ ସଂଗ୍ରହ କରି ଦ୍ବିତୀୟ ୱିକେଟ୍‌ ହରାଇଥିଲା।

ଦକ୍ଷିଣ ଆଫ୍ରିକା ତୃତୀୟ ୱିକେଟ୍‌ ଭାବେ ଐଦେନ୍‌ ମାର୍କରାମ (୧୪ ରନ୍‌), ୪ର୍ଥ ୱିକେଟ୍‌ ଭାବେ ଡେଭିଡ ମିଲର (୧ରନ୍‌) ଓ ୫ମ ୱିକେଟ୍‌ ଭାବେ ଦୋନ୍‌ଭାନ ଫେରିରା (୫ ରନ୍‌)ଙ୍କୁ ହରାଇଥିଲା। ଭାରତ ଆରମ୍ଭରୁ ବିପର୍ଯ୍ୟୟ ଶିକାର ହୋଇଥିଲା। ପ୍ରାରମ୍ଭିକ ବ୍ୟାଟର ଶୁବମନ ଗିଲ ୨ଟି ବଲ୍‌ ସାମ୍ନା କରି ମାତ୍ର ୪ ରନ୍‌ ସଂଗ୍ରହ କରି ପାଭିଲିଅନ ଫେରି ଆସିଥିଲେ। ଲୁଙ୍ଗି ଏନ୍‌ଗିଡିଙ୍କ ବଲ୍‌ ମାର୍କୋ ୟାନ୍‌ସେନ୍‌ଙ୍କୁ କ୍ୟାଚ୍‌ ଦେଇ ସେ ଆଉଟ୍‌ ହୋଇଥିଲେ। ସୂର୍ଯ୍ୟକୁମାର ଯାଦବ ମଧ୍ୟ କ୍ରିଜ୍‌ରେ ଅଧିକ ସମୟ ରହିପାରି ନଥିଲେ। ସେ ୧୧ଟି ବଲ୍‌କୁ ସାମ୍ନା କରି ଗୋଟିଏ ଚୌକା ଏବଂ ଗୋଟିଏ ଛକା ବଳରେ ବ୍ୟକ୍ତିଗତ ଭାବେ ୧୨ ରନ୍‌ ସଂଗ୍ରହ କରିଥିଲେ। ଲୁଙ୍ଗି ଏନ୍‌ଗିଡିଙ୍କ ବଲ୍‌ ସୂର୍ଯ୍ୟକୁମାର ଯାଦବ ଖେଳିବାକୁ ଯାଇ ଐଦେନ ମାର୍କରାମ ହାତରେ ‌କ୍ୟାଚ୍‌ ହୋଇଥିଲେ। ଭାରତର ସ୍କୋର ମାତ୍ର ୫ ରନ୍‌ରେ ପ୍ରଥମ, ୧୭ ରନ୍‌ରେ ଦ୍ବିତୀୟ (ସୂର୍ଯ୍ୟକୁମାର) ଓ ୪୮ ରନ୍‌ରେ ତୃତୀୟ ୱିକେଟ (ଅଭିଷେକ) ପଡ଼ିଥିଲା। ଭାରତ ୧୪ ଓଭର ସମାପ୍ତି ପରେ ୧୦୪ ରନ୍‌ରେ ୫ଟି ୱିକେଟ୍‌ ହରାଇ ସାରିଥିଲା ଦଳ ୫ମ ୱିକେଟ୍‌ ଭାବେ ଅକ୍ଷର ପଟେଲଙ୍କୁ ହରାଇଥିଲା। ଅଭିଷେକ ଶର୍ମା ୧୭ ରନ୍‌ ସଂଗ୍ରହ କରି ଆଉଟ୍‌ ହୋଇଛନ୍ତି। ସେ ୧୨ଟି ବଲ୍‌ ଖେଳି ୨ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ଦକ୍ଷିଣ ଆଫ୍ରିକାର ୪ର୍ଥ ୱିକେଟ୍‌ ଭାବେ ତିଲକ ବର୍ମା ଆଉଟ୍‌ ହୋଇଥିଲେ। ସେ ୩୨ଟି ବଲ୍‌ ଖେଳି ୨୬ ରନ୍‌ ସଂଗ୍ରହ କରିଥିଲେ, ଯେଉଁଥିରେ ୨ଟି ଚୌକା ଓ ଗୋଟିଏ ଛକା ସାମିଲ ଥିଲା। ଅକ୍ଷର ପଟେଲ ୨୧ଟି ବଲ୍‌ ଖେଳି ୨୩ ରନ୍‌ ସଂଗ୍ରହ କରି ଦକ୍ଷିଣ ଆଫ୍ରିକାର ୫ମ ଶିକାର ହୋଇଥିଲେ। ୧୭.୧ ଓଭରରେ ଶିବମ ଦୁବେ ୧୧ ରନ୍ କରି ଆଉଟ୍‌ ହୋଇଥିଲେ। ସେ ୨ଟି ଚୌକା ମାରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking