28.1 C
Bhubaneswar
Tuesday, February 3, 2026
Homeଓଡିଶାମାଲକାନଗିରିରେ ବଢିଲା ଇଣ୍ଟରନେଟ୍ କଟକଣା

ମାଲକାନଗିରିରେ ବଢିଲା ଇଣ୍ଟରନେଟ୍ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବଢିଲା ଇଣ୍ଟରନେଟ୍ କଟକଣା। ଆଉ ୧୮ ଘଣ୍ଟା ଇଣ୍ଟରନେଟ୍ କଟକଣା ବୃଦ୍ଧି କଲା ପ୍ରଶାସନ। କାଲି ଦିନ ୧୨ଟା ପର୍ଯ୍ୟନ୍ତ କଟକଣା ବୃଦ୍ଧି ନେଇ ସୂଚନା ଜାରି କରିଯାଇଛି। ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜାରି କଲେ ନିର୍ଦ୍ଦେଶନାମା। ସରକାରୀ, ବ୍ୟାଙ୍କ ଓ ରେଲୱେ ସେବା ପାଇଁ ଇଣ୍ଟରନେଟ୍ କଟକଣା ମନା କରାଯାଇଛି। ସୂଚନାଯୋଗ୍ୟ, ପୋଟେରୁ ନଦୀ କୂଳରେ ଜଣେ ୫୦ ବର୍ଷୀୟ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ରାଖାଲଗୁଡ଼ା ଏବଂ ଏମଭି ୨୬ ନାମକ ଦୁଇଟି ଗାଁ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ମୃତ ମହିଳା ଜଣକ ରାଖାଲଗୁଡ଼ା ଗାଁର ବାସିନ୍ଦା ଥିଲେ। ମୃତଦେହର ମୁଣ୍ଡ ନିଖୋଜ ଥିଲା, ଯାହା ଏପର୍ଯ୍ୟନ୍ତ ମିଳିନାହିଁ। ଧନୁ, ତୀର ଏବଂ ଖଣ୍ଡା ଧରି ହଜାର ହଜାର ଆଦିବାସୀ ଲୋକ ପୋଲିସ ବ୍ୟାରିକେଡ୍ ଭାଙ୍ଗି ଏମଭି ୨୬ ଗାଁରେ ପ୍ରବେଶ କରିଥିଲେ। ସେମାନେ ଘର ଭାଙ୍ଗିବା ଆରମ୍ଭ କରିଥିଲେ ଏବଂ ଅନେକ ଘରକୁ ନିଆଁ ଲଗାଇ ଦେଇଥିଲେ। ଏମଭି-୨୬ ଗାଁରେ ଭଙ୍ଗାରୁଜା ଓ ପୋଡ଼ାଜଳା ସହ ସବୁ ଛାରଖାର୍‌ ହୋଇଛି। ମାଲକାନଗିରିରେ ଏମ୍‌ଭି-୨୬ ଓ ରାଖେଲଗୁଡ଼ା ଗାଁ ବିବାଦରେ ଶାନ୍ତି ଫେରାଇବାକୁ ଶାନ୍ତି କମିଟି ବୈଠକ ବସିବ ବୋଲି ସୂଚନା ଦେଇଥିଲେ ଜିଲ୍ଲାପାଳ। ସିଏମ ରିଲିଫ ପାଣ୍ଠିରୁ ମୃତକଙ୍କ ପରିବାରକୁ ୪ ଲକ୍ଷ ସହାୟତା ଦିଆଯିବ। ଏମଭି-୨୬ରେ ୧୮୮ ଘର ମଧ୍ୟରୁ ୧୬୩ ଘର କ୍ଷତିଗ୍ରସ୍ତ ହୋଇଛି। କ୍ଷୟକ୍ଷତି ଆକଳନ କରାଯାଉଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking