ବୌଦ୍ଧ: ମହୁମାଛି ଆକ୍ରମଣରେ ବୃଦ୍ଧ ମୃତ । ଭାଲିଆପଦର ଗ୍ରାମରେ ମହୁମାଛି ଆକ୍ରମଣ । ଗତକାଲି ମହୁମାଛି ଆକ୍ରମଣରେ ଗୁରୁତର ହୋଇଥିଲେ ବୃଦ୍ଧ । ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲରେ ଚିକିତ୍ସା ଚାଲିଥିଲା। ଆଜି ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ମୃତ୍ୟୁ ପରେ ପରିବାର ଏବଂ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।










