19.1 C
Bhubaneswar
Monday, December 8, 2025
Homeଓଡିଶା୧୭,୪୪୦ କୋଟିର ଅତିରିକ୍ତ ବଜେଟ୍‌କୁ ମୋହର; ଟ୍ରେଜେରୀକୁ ମିଳିଲା ଚାବିକାଠି

୧୭,୪୪୦ କୋଟିର ଅତିରିକ୍ତ ବଜେଟ୍‌କୁ ମୋହର; ଟ୍ରେଜେରୀକୁ ମିଳିଲା ଚାବିକାଠି

ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ ୧୭,୪୪୦ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ ହୋଇଛି। ଖର୍ଚ୍ଚ ପାଇଁ ରାଜ୍ୟ ସରକାରଙ୍କ ଟ୍ରେଜେରୀକୁ ମିଳିଛି ଚାବିକାଠି। ଏଥିରେ ରାଜ୍ୟ ସରକାରଙ୍କ ଅଧୀନରେ ଚାଲୁ ରହିଥିବା ବିଭିନ୍ନ ପ୍ରକଳ୍ପଗୁଡ଼ିକୁ ସମ୍ପୂର୍ଣ୍ଣ କରିବା, ପ୍ରଚଳିତ କେନ୍ଦ୍ରୀୟ ଯୋଜନା ଓ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା ଓ ଭାରତ ସରକାରଙ୍କ ଦ୍ୱାରା ଘୋଷିତ ନୂତନ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା ନିମନ୍ତେ ଅତିରିକ୍ତ ବ୍ୟୟବରାଦ କରିବା, ଓଡ଼ିଶା ଆକସ୍ମିକ ପାଣ୍ଠିରୁ ନିଆଯାଇଥିବା ଅଗ୍ରୀମ ଅର୍ଥର ଭରଣା କରିବା ଏବଂ ବିଭିନ୍ନ ଦାବି ଅନ୍ତର୍ଗତ ହିସାବ ବ୍ୟବସ୍ଥାପନା କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଏଥିରେ ସ୍ୱାସ୍ଥ୍ୟ ସେବା ଓ ସାମାଜିକ କ୍ଷେତ୍ରରେ ବିକାଶ ଉପରେ ଫୋକସ୍ ଦିଆଯାଇଛି। ସୋମବାର ବିଧାନସଭାରେ ଅର୍ଥମନ୍ତ୍ରୀ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଅନ୍ତଃରୀଣ ବଜେଟ୍ ବିଲ୍ ଗୃହର ଅନୁମୋଦନ ପାଇଁ ଆଗତ କରିଥିଲେ। ବିଲ୍ ଉପରେ ଗୃହରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା। ଉଭୟ ଶାସକ ଓ ବିରୋଧୀ ସଭ୍ୟମାନେ ମୁହାଁମୁହିଁ ହୋଇଥିଲେ। ସରକାର ସବୁଥିରେ ଫେଲ୍ ହୋଇଛନ୍ତି ବୋଲି ବିରୋଧୀ ବିଜେଡି ଓ କଂଗ୍ରେସ ସଭ୍ୟମାନେ ଅଭିଯୋଗ କରିଥିଲାବେଳେ ଶାସକ ସଭ୍ୟମାନେ ସରକାରଙ୍କ ପଦକ୍ଷେପକୁ ସମର୍ଥନ କରିଥିଲେ।

ଅତିରିକ୍ତ ବଜେଟ୍ ସହିତ ରାଜସ୍ୱ ବଳକା ସ୍ଥିତି ବଜାୟ ରହିବା ସହ ବିତ୍ତୀୟ ନିଅଣ୍ଟକୁ ଏଫ୍‌ଆର୍‌ବିଏମ୍‌ର ୩% ମଧ୍ୟରେ ସୀମିତ ରହିବାର ବ୍ୟବସ୍ଥା ହୋଇଛି। ବର୍ଷ ଶେଷରେ ଋଣ-ଜିଏସ୍‌ଡିପିର ଅନୁପାତକୁ ୨୫% ମଧ୍ୟରେ ବଜାୟ ରହିବା ପାଇଁ ଆକଳନ କରାଯାଇଛି। ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ ଋଣ-ଜିଏସ୍‌ଡିପିର ଅନୁପାତ ୧୧.୯% ଏବଂ ସୁଧ ଦେୟ-ରାଜସ୍ୱ ପ୍ରାପ୍ତିର ଅନୁପାତ ୨.୨% ରହିଛି। ଅତିରିକ୍ତ ବ୍ୟବସ୍ଥା ସହିତ ୨୦୨୫-୨୬ ଆର୍ôଥକ ବର୍ଷ ପାଇଁ ପୁଞ୍ଜି ବ୍ୟୟବରାଦ ଜିଏସ୍‌ଡିପିର ୬%ରୁ ଅଧିକ ହେବ ବୋଲି ଆକଳନ ବି ହୋଇଛି। ଏଫ୍‌ଆରବିଏମ ଆକ୍ଟର ଅନୁପାଳନ କରାଯାଇଥିବାରୁ ସଞ୍ଚୟ କିମ୍ବା ସମର୍ପଣ ଆକାରରେ ଅତିରିକ୍ତ ସମ୍ୱଳ ବ୍ୟବସ୍ଥା ସମ୍ଭବ ହୋଇଛି। ଏହା ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବାରେ ସହାୟକ ହେବ।ରାଜ୍ୟର ବିଭିନ୍ନ ବିକାଶମୂଳକ ଓ କଲ୍ୟାଣମୂଳକ କାର୍ଯ୍ୟକ୍ରମକୁ ଆଗକୁ ନେବାରେ ସକ୍ଷମ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ପରେ ଅତିରିକ୍ତ ବଜେଟ୍ ପାରିତ ହୋଇଥିଲା। ଶେଷରେ ବାଚସ୍ପତି ସୁରମା ପାଢ଼ୀ ମଙ୍ଗଳବାର ସାଢ଼େ ଦଶ ପର୍ଯ୍ୟନ୍ତ ଗୃହକୁ ମୁଲତବି ଘୋଷଣା କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking