21.1 C
Bhubaneswar
Monday, December 8, 2025
Homeଓଡିଶାପଛୁଆ ବର୍ଗପାଇଁ ସଂଖ୍ୟାନୁପାତିକ ସଂରକ୍ଷଣ ଜରୁରୀ:ଭକ୍ତ

ପଛୁଆ ବର୍ଗପାଇଁ ସଂଖ୍ୟାନୁପାତିକ ସଂରକ୍ଷଣ ଜରୁରୀ:ଭକ୍ତ

ଭୁବନେଶ୍ୱର: ରାଜ୍ୟରେ ପଛୁଆବର୍ଗଙ୍କ ସଂରକ୍ଷଣକୁ ନେଇ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ବିଧାନସଭା ବାଚସ୍ପତି ମାନନୀୟା ଶ୍ରୀମତୀ ସୁରମା ପାଢ଼ୀଙ୍କୁ ବିଧାନସଭାରେ ତାଙ୍କ କକ୍ଷରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ଓଡ଼ିଶାର ସମୁଦାୟ ଜନସଂଖ୍ୟାର ପ୍ରାୟ ୯୪ ପ୍ରତିଶତ ପଛୁଆବର୍ଗ (ଓବିସି ଓ ଏସ୍‌ଇବିସି ୫୪ ପ୍ରତିଶତ, ଅନୁସୂଚିତ ଜାତି ଓ ଜନଜାତି ୪୦ ପ୍ରତିଶତ) ଅଟନ୍ତି। ସମ୍ବିଧାନର ୧୬୪ (୧) ଧାରା ଅନୁଯାୟୀ ଓଡ଼ିଶାର ଉକ୍ତ ବର୍ଗଙ୍କୁ ବିଶେଷ ସଂରକ୍ଷଣ ସୁବିଧା ଦେବାପାଇଁ ବ୍ୟବସ୍ଥା ଥିବା ସତ୍ତ୍ବେ ଏହି ବର୍ଗ ସେମାନଙ୍କ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ ହୋଇଆସିଛନ୍ତି। ଏ ବିଷୟକୁ ଅତ୍ୟନ୍ତ ଗୁରୁତ୍ବର ସହ ବିଚାରକୁ ନେଇ ଓଡ଼ିଶା ବିଧାନସଭା, ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ତ୍ବରିତ ପଦକ୍ଷେପ ନେବା ପାଇଁ ପ୍ରସ୍ତାବ ଗ୍ରହଣ କରିବାକୁ ସ୍ମାରକପତ୍ରରେ ଅନୁରୋଧ କରିଛନ୍ତି ।

ଗତ ୬ ଡିସେମ୍ବର ବାବା ସାହେବ ଆମ୍ବେଦକରଙ୍କ ମହାପ୍ରୟାଣ ଦିବସରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆୟୋଜିତ “ସାମାଜିକ ନ୍ୟାୟ ଓ ଓଡ଼ିଶା” ସମାବେଶରେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା ଯେ “ଓଡ଼ିଶା ବିଧାନସଭା ରାଜ୍ୟ ସରକାରଙ୍କୁ ସମ୍ବିଧାନର ଅନୁଚ୍ଛେଦ ୧୫ (୪) ଓ ୧୬ (୪) ଅନୁଯାୟୀ ସୁପାରିଶ କରୁଛି ଯେ ରାଜ୍ୟର ଓବିସି/ଏସଇବିସି ଏବଂ ଅନୁସୂଚିତ ଜାତି – ଅନୁସୁଚିତ ଜାତି ବର୍ଗର ସଂଖ୍ୟାନୁପାତିକ ଆଧାରରେ ସମସ୍ତ ପ୍ରକାର ଉଚ୍ଚଶିକ୍ଷା (ବୈଷୟିକ/ ମେଡିକାଲ / ବୃତ୍ତିଗତ) ଏବଂ ସରକାରୀ ନିଯୁକ୍ତିରେ ସଂରକ୍ଷଣ ତୁରନ୍ତ ଲାଗୁ କରିବା ସଂଗେ ସଂଗେ ଏହି “ସଂଖ୍ୟାନୁପାତିକ ସଂରକ୍ଷଣ ବ୍ୟବସ୍ଥା”କୁ “ସମ୍ବିଧାନର ନବମ ସୂଚୀ” ରେ ସାମିଲ କରିବାପାଇଁ ଆବଶ୍ୟକୀୟ ପଦକ୍ଷେପ ତୁରନ୍ତ ଗ୍ରହଣ କରନ୍ତୁ ” ।

ଏଥିନିମନ୍ତେ ରାଜ୍ୟ ସରକାର ବିଧାନସଭାରେ ଏକ ସରକାରୀ ପ୍ରସ୍ତାବ ଆଗତ କରିବା ସହ ତାକୁ ସର୍ବଦଳୀୟ ସମର୍ଥନରେ ଗୃହୀତ କରି କେନ୍ଦ୍ର ସରକାରଙ୍କ ନିକଟକୁ କାର‌୍ୟ୍ୟାନୁଷ୍ଠାନ ପାଇଁ ବିଧାନସଭାର ଚଳିତ ଅଧିବେଶନରେ ଗୃହୀତ କରାଇବାକୁ ସ୍ମାରକପତ୍ରରେ ଅନୁରୋଧ କରାଯାଇଛି । ପିସିସି ସଭାପତି ଶ୍ରୀ ଦାସଙ୍କ ସମେତ ବରିଷ୍ଠ ନେତୃମଣ୍ଡଳୀରେ କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ରାମଚନ୍ଦ୍ର କାଡାମ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ବିଧାୟକ ଶ୍ରୀ ଅଶୋକ ଦାସ, ବିଧାୟକ ସିଏସ ରାଜନ ଏକ୍କା, ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା, ପିସିସି ଉପସଭାପତି ଡ. ଲଲାଟେନ୍ଦୁ ମହାପାତ୍ର, ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ, ପିସିସି ଗଣମାଧ୍ୟମ ଅଧ୍ୟକ୍ଷ ଶ୍ରୀ ଅରବିନ୍ଦ ଦାସ ସାମିଲ ହୋଇ ବାଚସ୍ପତିଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking