ସମ୍ବଲପୁର: ରେଢାଖୋଲ ଓଟିଭି ପ୍ରତିନିଧି ରମାକାନ୍ତ ମହାନନ୍ଦଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ସମ୍ବଲପୁର ଜିଲ୍ଲା ନାକଟି ଦେଉଳ ପାଖରେ ସଡକ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାରେ ସେ ଗୁରୁତର ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ବୁର୍ଲା ମେଡିକାଲକୁ ନିଆଯାଇଥିଲା । ଡାକ୍ତରଙ୍କ ବହୁ ଚେଷ୍ଟା ସତ୍ତ୍ୱେ ମଧ୍ୟ ବଞ୍ଚିପାରିନଥିଲେ ରମାକାନ୍ତ ମହାକାନ୍ତ । ସେଠାରେ ରମାକାନ୍ତକୁ ମୃତ ଘୋଷଣା କରିଛନ୍ତି ଭୀମସାର ଅଧୀକ୍ଷକ । ରମାକାନ୍ତ ରେଢାଖୋଲର କଳା, ସଂସ୍କୃତି ଉପରେ ଖବର ସଂଗ୍ରହ କରି ଲୋକମାନଙ୍କ ଦୁଃଖ ସୁଖର ସାଥୀ ଥିଲେ । ତେବେ ରମାକାନ୍ତଙ୍କ ମୃତ୍ୟୁ ଖବର ଶୁଣି ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି । ଏଥି ସହିତ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।










