25.1 C
Bhubaneswar
Tuesday, February 3, 2026
Homeଓଡିଶାବାରବାଟୀ ବାହାରିଲେ ଟିମ ଇଣ୍ଡିଆ ଖେଳାଳି

ବାରବାଟୀ ବାହାରିଲେ ଟିମ ଇଣ୍ଡିଆ ଖେଳାଳି

କଟକ: ବାରବାଟୀ ଟି ଟ୍ୱେଣ୍ଟି ମ୍ୟାଚ ଅଭ୍ୟାସ ପାଇଁ ମେ ଫେୟାର ହୋଟେଲରୁ ବାହାରିଛନ୍ତି ଖେଳାଳୀ । ସ୍ୱତନ୍ତ୍ର ବସ ଯୋଗେ ବାରବାଟୀ ବାହାରିଛନ୍ତି ଟିମ ଇଣ୍ଡିଆ ଖେଳାଳି। ଶନିବାରଠାରୁ ଅଭିଜ୍ଞ ଅଲରାଉଣ୍ଡର୍‌ ହାର୍ଦିକ ପାଣ୍ଡ୍ୟା ପହଞ୍ଚି ସାରିଥିବାବେଳେ ରବିବାର ବାରବାଟୀ ଷ୍ଟାଡିୟମ୍‌ ଆସି ଅଭ୍ୟାସ କରିଛନ୍ତି। ଆଜି ସକାଳ ସାଢ଼େ ୧୧ଟାରେ ନେଟ୍ ପ୍ରାକଟିସ କରିବେ ଭାରତୀୟ ଟିମ୍। ସଂଧ୍ୟା ସାଢ଼େ ୪ଟାରେ ଦକ୍ଷିଣ ଆଫ୍ରିକାର ଖେଳାଳି ପ୍ରାକଟିସ୍ କରିବେ।ପ୍ରଥମେ ଭାରତ ଏବଂ ସନ୍ଧ୍ୟାରେ ଦକ୍ଷିଣ ଆଫ୍ରିକା ଟିମ୍ ଅଭ୍ୟାସ କରିବେ । ଏହାକୁ ଦେଖିବା ଲାଗି ୭ ନମ୍ବର ଫାଟକ ଓ ୬ ନମ୍ବର ଗ୍ୟାଲେରି ଖୋଲା ରଖାଯିବ ।ବାରବାଟୀରେ ଏଥର ଜମିବ ଟି-ଟ୍ଵେଣ୍ଟି ଟକ୍କର। ପ୍ରଥମ ଥର ପାଇଁ ମଡ୍ ରେଡ୍ ପିଚ୍ ପ୍ରସ୍ତୁତ ହୋଇଛି। ଉଭୟ ବ୍ୟାଟିଂ ଓ ବୋଲିଂ ଭଲ ହେବ। ବଡ଼ ସ୍କୋର ହେବାର ଆଶା କରାଯାଇଛି। ୪୨ ହଜାର ଦର୍ଶକ ଦେଖିପାରିବେ ମ୍ୟାଚ। ମ୍ୟାଚ ଉପରେ କାକରର ପ୍ରଭାବକୁ ହ୍ରାସ କରିବା ପାଇଁ ପ୍ରୟୋଗ କରାଯିବ ସ୍ଵତନ୍ତ୍ର ରାସାୟନିକ ପଦାର୍ଥ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking