28.1 C
Bhubaneswar
Wednesday, February 4, 2026
Homeଓଡିଶାବାଇକକୁ ପଛରୁ ପିଟିଲା ଟ୍ରକ୍: ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

ବାଇକକୁ ପଛରୁ ପିଟିଲା ଟ୍ରକ୍: ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

ପୁରୁଣାକଟକ: ପୁରୁଣାକଟକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବାଇକକୁ ପଛରୁ ପିଟିଲା ଟ୍ରକ୍। ଏହି ଦୁର୍ଘଟଣାରେ ବାଇକ ଅରୋହୀ ସ୍ୱାମୀ ଗୁରୁତର ଥିବାବେଳେ ସ୍ତ୍ରୀ ମୃତ୍ୟୁବରଣ କରିଥିବା ନେଇ ସୂଚନା ମିଳିଛିତୁରନ୍ତ ଗୁରୁତର ସ୍ୱାମୀଙ୍କୁ ପୁରୁଣାକଟକ ମେଡିକାଲରେ ଭର୍ତ୍ତି କରାଯାଇଛି। ଖୋର୍ଦ୍ଧାବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ପୁରୁଣାକଟକ ଥାନା ଅନ୍ତର୍ଗତ ମାର୍ଦିଙ୍ଗ ଗ୍ରାମ ନିକଟରେ ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଅନ୍ତର୍ଗତ ବ୍ରାହ୍ମଣପାଦ ଗ୍ରାମର ବିରୁପାକ୍ଷ ରାଉତ (୪୨) ଓ ତାଙ୍କ ପତ୍ନୀ ଅପରାଜିତା ରାଉତ(୩୯) କୌଣସି ଏକ କାମରେ ଘରୁ ପୁରୁଣାକଟକକୁ ବାଇକ ଯୋଗେ ଯାଉଥିଲେ। ସେହି ସମୟରେ ମାର୍ଦିଙ୍ଗ ନିକଟରେ ଭୁବନେଶ୍ୱର ପଟୁ ଆସୁଥିବା ଏକ ଟ୍ରକ୍ ଧକ୍କା ଦେବାରୁ ଉଭୟେ ବଡ଼ ଦୁର୍ଘଟଣାର ଶିକାର ହୋଇଥିଲେ। ପତ୍ନୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ଘଟଣାସ୍ଥଳରେ ହିଁ ପତ୍ନୀ ପ୍ରାଣ ହରାଇଥିବା ବେଳେ ସ୍ୱାମୀ ଗୁରୁତର ଆହତ ହୋଇଥିଲେ। ଖବର ପାଇ ପୋଲିସ ଘଟନସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking