ମାଲକାନଗିରି: ମାଲକାନଗିରିରୁ ସାମ୍ନାକୁ ଆସିଛି ଏକ ଅଭାବନୀୟ ଘଟଣା। ମାଆକୁ ହତ୍ୟା କରିଛି ପୁଅ। ମାଆ ମଦ ପିଇଲା ବୋଲି ହତ୍ୟା କଲା ପୁଅ। ବଡ଼ାଗୁଡା ଗାଁରେ ଠେଙ୍ଗାରେ ପିଟି ପିଟି ମାଆକୁ ହତ୍ୟା କରିଥିବା ସୂଚନା ମିଳିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାଥିଲି ଥାନାରେ ଅଭିଯୁକ୍ତ ଯୁବକକୁ ଅଟକ ରଖିଛି। ଅଭିଯୁକ୍ତ ଯୁବକକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ। ମଦ ପିଇ ଘରକୁ ଫେରିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ଏହା ପରେ କ୍ରୋଧିତ ପୁଅ ମାଆକୁ ହତ୍ୟା କରିଛି। ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି।










