ଭୁବନେଶ୍ୱର: ସୁଭଦ୍ରାରେ ସାମିଲ ପାଇଁ ବିଚାରଧୀନ ଅଛି ଆବେଦନ କରିଛନ୍ତି । ୬ ଲକ୍ଷ ୨୩ ହଜାର ୫୫୫ ହିତାଧିକାରୀଙ୍କ ଆବେଦନ ବିଚାରଧୀନ ରହିଛି । ୧ କୋଟି ୩୭ ଲକ୍ଷ ୫୯୪୧ ଜଣ ପାଇଛନ୍ତି ପ୍ରଥମ କିସ୍ତି । ୧ କୋଟି ୧୯ ଲକ୍ଷ ୨୭୨୪ ଜଣ ପାଇଛନ୍ତି ଦ୍ୱିତୀୟ କିସ୍ତି । ୯୭ ଲକ୍ଷ ୬୫ ହଜାର ୩୩୯ ଜଣ ପାଇଛନ୍ତି ତୃତୀୟ କିସ୍ତି। ବିଧାନସଭାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି ।ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ନବମ ଦିନ। ସୁରୁଖୁରୁରେ ଚାଲିଛି ବିଧାନଭା ଶୀତକାଳୀନ ଅଧିବେଶନ। ଆଜି ପ୍ରଶ୍ନକାଳରେ ମହିଳା ଓ ଶିଶୁ ବିକାଶ, ପର୍ଯ୍ୟଟନ, ଅବକାରୀ ବିଭାଗ, ମିଶନ ଶକ୍ତି ଏବଂ ଆଇନ ବିଭାଗର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଚାଲିଛିି ।ଦ୍ୱିତୀୟ ଅଧ୍ୟାୟରେ ଏସସି/ ଏସଟି ବିଭାଗର ଅତିରିକ୍ତ ବଜେଟ ଖର୍ଚ୍ଚ ଦାବି ଆଲୋଚନା ହେବ ।










