27.1 C
Bhubaneswar
Wednesday, February 4, 2026
Homeଓଡିଶାନଦୀରେ ବୁଡି ନାବାଳକ ମୃତ

ନଦୀରେ ବୁଡି ନାବାଳକ ମୃତ

ଯାଜପୁର: ଯାଜପୁରରେ ଖରସ୍ରୋତା ନଦୀରେ ବୁଡି ନାବାଳକ ମୃତ । ଯାଜପୁରର ବାହାଦଲାପୁର ପଞ୍ଚାୟତର ସରିଫାବାଦ ଘାଟ ନିକଟରେ ଆଜି ଖରସ୍ରୋତା ନଦୀରେ ଗାଧୋଇବା ବେଳେ ଜଣେ ନବମ ଶ୍ରେଣୀ ଛାତ୍ର ବୁଡି ମୃତ୍ୟୁବରଣ କରିଛି ।  ମୃତ ନାବାଳକ ଜଣକ ମୁଗୁପାଳ ପଞ୍ଚାୟତର ବାରନସା ଗ୍ରାମର ରାଜେନ୍ଦ୍ର କଣ୍ଠଙ୍କ ଏକମାତ୍ର ପୁଅ ସାଇ ସାରଥୀ ବୋଲି ଚିହ୍ନଟ କରାଯାଇଛି । ସୂଚନା ଅନୁସାରେ, ସାଇ ତାଙ୍କ ବନ୍ଧୁମାନଙ୍କ ସହିତ ଗାଧୋଇବା ପାଇଁ ନଦୀକୁ ଯାଇଥିବା ବେଳେ ହଠାତ୍ ପାଣିରେ ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକମାନେ ତୁରନ୍ତ ତାଙ୍କୁ ଉଦ୍ଧାର କରିବା ଆରମ୍ଭ କରି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା, ଅନେକ ସମୟର ପ୍ରୟାସ ପରେ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଶେଷରେ ନଦୀରୁ ତାଙ୍କ ମୃତଦେହ ଉଦ୍ଧାର କରିଥିଲେ। ସାଇଙ୍କ ମୃତ୍ୟୁ ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking