ଭୁବନେଶ୍ୱର: ଓଡିଶାରେ ୪ ବର୍ଷରେ ୧୨୪ କେଜି ୯୯୨ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ବିଧାନସଭାରେ ଏନେଇ ଲିଖିତ ଉତ୍ତର ରଖୁଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ୪ବର୍ଷରେ ମଧ୍ୟରେ ୧୪୨୬ ମାମଲା ରୁଜୁ ହଇଛି । ୧୫୨୨ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଚଳିତବର୍ଷ ନଭେମ୍ବର ସୁଦ୍ଧା ୨୯ କେଜି ବ୍ରାଉନସୁଗାର ଜବତ ହଇଛି । ୩୩୧ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ନବମ ଦିନ । ସୁରୁଖୁରୁରେ ଚାଲିଛି ବିଧାନଭା ଶୀତକାଳୀନ ଅଧିବେଶନ । ଆଜି ପ୍ରଶ୍ନକାଳରେ ମହିଳା ଓ ଶିଶୁ ବିକାଶ, ପର୍ଯ୍ୟଟନ, ଅବକାରୀ ବିଭାଗ, ମିଶନ ଶକ୍ତି ଏବଂ ଆଇନ ବିଭାଗର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଚାଲିଛିି । ଦ୍ୱିତୀୟ ଅଧ୍ୟାୟରେ ଏସସି/ ଏସଟି ବିଭାଗର ଅତିରିକ୍ତ ବଜେଟ ଖର୍ଚ୍ଚ ଦାବି ଆଲୋଚନା ହେବ ।










