25.1 C
Bhubaneswar
Tuesday, February 3, 2026
Homeଦେଶ ବିଦେଶଇଣ୍ଡିଗୋ ସଙ୍କଟ; ରେଲୱେର ବଡ଼ ନିଷ୍ପତ୍ତି: ୩୭ଟି ଟ୍ରେନରେ ଲାଗିଲା ୧୧୬ଟି କୋଚ୍

ଇଣ୍ଡିଗୋ ସଙ୍କଟ; ରେଲୱେର ବଡ଼ ନିଷ୍ପତ୍ତି: ୩୭ଟି ଟ୍ରେନରେ ଲାଗିଲା ୧୧୬ଟି କୋଚ୍

ନୂଆଦିଲ୍ଲୀ: ଇଣ୍ଡିଗୋ ଏୟାରଲାଇନ୍ସରେ ହଠାତ୍ କର୍ମଚାରୀ ଅଭାବ ଏବଂ ବୈଷୟିକ ପରିଚାଳନା ସମ୍ବନ୍ଧୀୟ ସମସ୍ୟା, ଦେଶବ୍ୟାପୀ ହଜାର ହଜାର ଯାତ୍ରୀଙ୍କୁ ସମସ୍ୟାରେ ପକାଇଛି । ଦିଲ୍ଲୀ, ମୁମ୍ବାଇ, ଅହମଦାବାଦ, ଜୟପୁର, ଇନ୍ଦୋର, କୋଚି, ତିରୁବନନ୍ତପୁରମ ସମେତ ଅନେକ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ କିମ୍ବା ବିଳମ୍ବ ହୋଇଛି । ଏହା ଫଳରେ ବିମାନବନ୍ଦର ଟର୍ମିନାଲରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବା ପରେ ଯାତ୍ରୀମାନେ ତାଙ୍କର କ୍ରୋଧ ପ୍ରକାଶ କରିଛନ୍ତି। ଏ ମଧ୍ୟରେ ବିମାନ ବାତିଲ ହେବା ପରେ ଟ୍ରେନ୍ ମୁହାଁ ହୋଇଛନ୍ତି ଯାତ୍ରୀ ।ନିଜ ନିଜର ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଲୋକେ ଏବେ ରେଲୱେ ଷ୍ଟେସନରେ ପହଞ୍ଚୁଛନ୍ତି। ବିମାନ ବାତିଲ ହେବା ପରେ ଟ୍ରେନରେ ଯିବା ପାଇଁ ଯାତ୍ରୀଙ୍କ ଭିଡ଼ ବଢ଼ୁଥିବାରୁ ଏବେ ୩୭ଟି ଟ୍ରେନରେ ୧୧୬ଟି କୋଚ୍ ଲଗାଯାଇଛି। ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି, ଭାରତୀୟ ରେଳବାଇ ୩୭ଟି ପ୍ରିମିୟମ୍ ଟ୍ରେନରେ ୧୧୬ଟି ଅତିରିକ୍ତ କୋଚ୍ ନିୟୋଜିତ କରିଛି ।ରେଳ ମନ୍ତ୍ରାଳୟର ଏକ ପ୍ରେସ୍ ବିବୃତିରେ କୁହାଯାଇଛି ଯେ, “ଦକ୍ଷିଣ ରେଳବାଇ ସର୍ବାଧିକ ୧୮ଟି ଟ୍ରେନରେ କୋଚ୍ ବୃଦ୍ଧି କରିଛି । ଅତିରିକ୍ତ ଚେୟାର କାର ଏବଂ ସ୍ଲିପର କ୍ଲାସ କୋଚ୍ ଅଧିକ ଚାହିଦା ଥିବା ରୁଟ୍‌ଗୁଡ଼ିକରେ ନିୟୋଜିତ କରାଯାଇଛି । ଚାରୋଟି ଅଧିକ ଚାହିଦା ଥିବା ଟ୍ରେନରେ 3AC ଏବଂ 2AC କୋଚ୍ ଯୋଡିଛି ପଶ୍ଚିମ ରେଳବାଇ। ଆଜିଠୁ ଲାଗୁ ହୋଇଥିବା ଏହି ବର୍ଦ୍ଧିତ ବ୍ୟବସ୍ଥା ପଶ୍ଚିମାଞ୍ଚଳରୁ ଜାତୀୟ ରାଜଧାନୀକୁ ଅଧିକ ଯାତ୍ରୀ ପରିବହନକୁ ଦୃଷ୍ଟିରେ ରଖି କରାଯାଇଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking