ଭୁବନେଶ୍ୱର: ବିଜେଡି ଅଭିଯୋଗରେ ଜବାବ ରଖିଲା ବିଜେପି । ବିଜେପି ବିଧାୟକ ଅଶ୍ୱିନୀ ଷଡଙ୍ଗୀ ଜବାବ ରଖିଛନ୍ତି ।କହିଛନ୍ତି, ବିଜେଡି ସମୟରେ ପରୀକ୍ଷା ଅନିୟମିତତା ହେଉଥିଲା । ନବୀନ ବଧେ ଚାହୁଁଛନ୍ତି ଏବେ ସେମିତି ହେଉ । ସ୍ୱଚ୍ଛ ପରୀକ୍ଷା ସରକାର କରିବାକୁ ଚାହୁଁଛନ୍ତି । ପୂର୍ବରୁ ବିଜେଡି ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ପରୀକ୍ଷା ବିଭ୍ରାଟକୁ ନେଇ ସମାଲୋଚନା କରିଛନ୍ତି । ପରୀକ୍ଷା ପରିଚାଳନାରେ ବାରମ୍ବାର ବିଭ୍ରାଟ ହେଉଛି । ଅନ୍ଧାରକୁ ଠେଲି ହୋଇଯାଉଛି ମେଧାବୀ ପିଲାଙ୍କ ଭବିଷ୍ୟତ । ୧୮ ମାସରେ ୧୮ ସରକାରୀ ପରୀକ୍ଷାରେ ଅନିୟମିତତା ହେଲାଣି । ବିଜେପି ସରକାର ଆସିବା ପରେ ଏପରି କାହିଁକି ହେଉଛି ? ସରକାର ପିଲାଙ୍କ ଭବିଷ୍ୟତକୁ ଗୁରୁତ୍ୱ ଦେଉନାହାନ୍ତି । ଆଗକୁ ବିଜେଡି ଆନ୍ଦୋଳନକୁ ଓହ୍ଲାଇବ ।










