ଭୁବନେଶ୍ୱର: ପରୀକ୍ଷା ବିଭ୍ରାଟକୁ ନେଇ ସରକାରଙ୍କୁ ବିଜେଡି ଟାର୍ଗେଟ କରିଛି । ବିଜେଡି ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ସମାଲୋଚନା କରିଛନ୍ତି । ପରୀକ୍ଷା ପରିଚାଳନାରେ ବାରମ୍ବାର ବିଭ୍ରାଟ ହେଉଛି । ଅନ୍ଧାରକୁ ଠେଲି ହୋଇଯାଉଛି ମେଧାବୀ ପିଲାଙ୍କ ଭବିଷ୍ୟତ । ୧୮ ମାସରେ ୧୮ ସରକାରୀ ପରୀକ୍ଷାରେ ଅନିୟମିତତା ହେଲାଣି । ବିଜେପି ସରକାର ଆସିବା ପରେ ଏପରି କାହିଁକି ହେଉଛି ? ସରକାର ପିଲାଙ୍କ ଭବିଷ୍ୟତକୁ ଗୁରୁତ୍ୱ ଦେଉନାହାନ୍ତି । ଆଗକୁ ବିଜେଡି ଆନ୍ଦୋଳନକୁ ଓହ୍ଲାଇବ ।










