ଭୁବନେଶ୍ୱର: ରାଜ୍ୟରେ ଖାଲି ପଡିଛି ୧୦୦ ବିଇଓ ପଦବୀ । ସର୍ବାଧିକ ମୟୁରଭଞ୍ଜର ୯ଟି ବ୍ଲକର ବିଇଓ ପଦବୀ ଖାଲି ରହିଛି । ଜଗତସିଂହପୁର, କୋରାପୁଟ, ରାୟଗଡାର ୭ଟି ବ୍ଲକରେ ପଦବୀ ଖାଲି ରହିଛି । ବାଲେଶ୍ୱରରେ ୬ଟି, ଅନୁଗୁଳ, କନ୍ଧମାଳ, ଗଞ୍ଜାମ, ସମ୍ବଲପୁରର ୫ଟି ବ୍ଲକରେ ପଦବୀ ଖାଲି ରହିଛି । ସେହିପରି ଯାଜପୁର , କେନ୍ଦ୍ରାପଡା , ପୁରୀ, ଭଦ୍ରକର ୪ଟି ବ୍ଲକରେ ପଦବୀ ଖାଲି ରହିଛି । ଢେଙ୍କାନାଳ, କେନ୍ଦୁଝର, ନବରଙ୍ଗପୁର, ନୟାଗଡ. ସୋନପୁରର ୩ଟି ବ୍ଲକର ପଦବୀ ଖାଲି ରହିଛି । ବଲାଙ୍ଗୀର, କଟକ, ଖୋର୍ଦ୍ଧା, ମାଲକାନଗିରି, ସୁନ୍ଦରଗଡର ୨ଟି ବ୍ଲକରେ ପଦବୀ ଖାଲି ରହିଛି । ବରଗଡ, ଦେବଗଡ, ଗଜପତିରେ ଗଟିଏ ବ୍ଲକରେ ବିଇଓ ପଦବୀ ଖାଲି ରହିଛି । ବିଧାୟକ ପଦ୍ମଲୋଚନ ପଣ୍ଡାଙ୍କ ପ୍ରଶ୍ନରେ ଗଣଶିକ୍ଷା ମନ୍ତ୍ରୀ ଉତ୍ତର ରଖିଛନ୍ତି ।










