28.1 C
Bhubaneswar
Thursday, March 5, 2026
Homeଓଡିଶାଖାଲି ପଡ଼ିଛି ୧୪୩୦ ପ୍ରଧ୍ୟାପକ ପଦବୀ

ଖାଲି ପଡ଼ିଛି ୧୪୩୦ ପ୍ରଧ୍ୟାପକ ପଦବୀ

ଭୁବନେଶ୍ଵର: ବିଶ୍ଵବିଦ୍ୟାଳୟ ଗୁଡ଼ିକରେ ଖାଲି ପଡ଼ିଛି ପ୍ରଧ୍ୟାପକ ପଦବୀ। ରାଜ୍ୟରେ ମୋଟ ୧୪୩୦ ପଦବୀ ଖାଲି ରହିଛି। ଏଥିରୁ ୨୬୧ ପ୍ରାଧ୍ୟାପକ, ୪୫୯ ସହଯୋଗୀ ପ୍ରାଧ୍ୟାପକ, ୭୧୦ ସହକାରୀ ପ୍ରାଧ୍ୟାପକ ପଦବୀ ଫାଙ୍କା ପଡ଼ିଛି। ୧ଟି ବିଶ୍ବବିଦ୍ୟାଳୟରେ କୁଳପତି ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କ ପ୍ରଶ୍ନରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉତ୍ତର ରଖିଛନ୍ତି। ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, ୬ଟି ବିଶ୍ଵବିଦ୍ୟାଳୟର ଆଶାୟୀ କୁଳପତିମାନଙ୍କ ସାକ୍ଷାତକାର ସରିଛି। ସେପଟେ ସରକାରୀ ମହାବିଦ୍ୟାଳୟରେ ୫୫୬ ଅଧ୍ୟାପକ ପଦବୀ ଖାଲି ପଡ଼ିଛି। ୩୮୫ ପଦବୀ ପାଇଁ OPSC ବିଜ୍ଞାପନ ଜାରି କରିଥିଲେ। ତାହାର ଚୟନ ପ୍ରକ୍ରିୟା ଜାରି ରହିଛି। ୩୦୪ ଅଧ୍ୟାପକ ପଦବୀ ପୂରଣ ପାଇଁ OPSC କୁ ଅନୁରୋଧ କରିଛନ୍ତି। ରାଜ୍ୟର ବେସରକାରୀ ଅନୁଦାନପ୍ରାପ୍ତ କଲେଜ ଗୁଡ଼ିକରେ ୧୬୮୯ ଅଧ୍ୟାପକ ପଦବୀ ଖାଲି ପଡ଼ିଛି। ୩୦୦ ଅଧ୍ୟାପକ ଡେପୁଟେସନ ଆକାରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ କାମ କରୁଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking