29.1 C
Bhubaneswar
Sunday, January 25, 2026
Homeଦେଶ ବିଦେଶରାଜଘାଟରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପୁଟିନ

ରାଜଘାଟରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପୁଟିନ

ନୂଆଦିଲ୍ଲୀ: ଭାରତ ଗସ୍ତରେ ଥିବା ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଶୁକ୍ରବାର ସକାଳେ ରାଷ୍ଟ୍ରପତି ଭବନରେ ଆନୁଷ୍ଠାନିକ ଭାବରେ ସ୍ୱାଗତ କରାଯାଇଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପୁଟିନ ପରସ୍ପରକୁ ନିଜ ନିଜ ଦେଶର ବିଶିଷ୍ଟ ବ୍ୟକ୍ତିମାନଙ୍କ ସହିତ ପରିଚୟ କରାଇଥିଲେ। ପୁଟିନ ଗାର୍ଡ ଅଫ୍ ଅନର ମଧ୍ୟ ଦିଆଯାଇଥିଲା । ପୁଟିନ ଗୁରୁବାର ସନ୍ଧ୍ୟାରେ ଏଠାରେ ପହଞ୍ଚିଥିଲେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ବିମାନବନ୍ଦରରେ ତାଙ୍କୁ ସ୍ୱାଗତ କରିଥିଲେ।  ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ରାଜଘାଟ ଯାଇଥିଲେ। ପୁଟିନ ଗାନ୍ଧୀଙ୍କ ସ୍ମାରକୀ ପରିକ୍ରମା କରିଥିଲେ। ସେ ପୁଷ୍ପମାଲ୍ୟ ଅର୍ପଣ କରି ଗାନ୍ଧୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ। ସେ ରାଜଘାଟରେ ରଖାଯାଇଥିବା ଏକ ସ୍ମାରକୀରେ ମଧ୍ୟ ସ୍ୱାକ୍ଷର କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking