27.1 C
Bhubaneswar
Tuesday, August 25, 2026
Homeଓଡିଶାଭିସୁଟ ଛାତ୍ରୀଙ୍କୁ ଆକ୍ରମଣ: ଅଭିଯୁକ୍ତ ଗିରଫ

ଭିସୁଟ ଛାତ୍ରୀଙ୍କୁ ଆକ୍ରମଣ: ଅଭିଯୁକ୍ତ ଗିରଫ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ବୁର୍ଲାରେ ଥିବା ବୀର ସୁରେନ୍ଦ୍ର ସାଏ ପ୍ରଯୁକ୍ତି ବିଦ୍ୟା ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରୀଙ୍କୁ ଆକ୍ରମଣ ମାମଲାରେ  ଅଭିଯୁକ୍ତ ଶେଷ ବର୍ଷର ଛାତ୍ରକୁ ପୋଲିସ ଗିରଫ କରି କୋର୍ଟକୁ ପଠାଇଛି । ବୁର୍ଲା ପୋଲିସ ଷ୍ଟେସନରେ ରୁଜୁ ହୋଇଥିବା ପୋଲିସ ଅଭିଯୋଗ ଅନୁଯାୟୀ,  ଭିସୁଟର ଜଣେ ଶେଷ ବର୍ଷର ଛାତ୍ର ସେହି ବିଶ୍ୱ ବିଦ୍ୟାଳୟର ଜଣେ ଛାତ୍ରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା।ମଙ୍ଗଳବାର ଦିନ କ୍ୟାମ୍ପସ ବାହାରେ  ଅନ୍ୟ  ଜଣେ ଛାତ୍ର ବି.ଟେକ ଶେଷ ବର୍ଷର ଛାତ୍ରଙ୍କୁ  ସମସ୍ତ ସମ୍ମୁଖରେ ମାଡ ମାରିଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ  ଛାତ୍ରୀ ଜଣକ ଛାତ୍ରଙ୍କ ପାଖକୁ ଯାିଥିଲେ।ସେଠାରେ ଉଭୟ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପରେ ଛାତ୍ରଟି ଛାତ୍ରୀଙ୍କୁ ପ୍ରବଳ ମାଡ ମାରିଥିଲା ।  ଏନେଇ ଛାତ୍‌ରୀ ଜଣଙ୍କ ଥାନାରେ ଅଭିଯୋଗ କରିଥିଲେ । ସେହି ଅନୁସାରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଆଜି ଅଭିଯୁକ୍ତ ଛାତ୍ରକୁ ଗିରଫ କରିଛି ପୋଲିସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking