ଭୁବନେଶ୍ୱର: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି ମାମଲାରେ ଆଜି ମାଷ୍ଟରମାଇଣ୍ଡକୁ ଗିରଫ କରିଛି ସିବିଆଇ । ଦୀଘା ମଡେଲ ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକକୁ ପାରଳାଖେମୁଣ୍ଡିରୁ ଉଠାଇ ଆଣିଛି ସିବିଆଇ । ଏସଆଇ ପରୀକ୍ଷା ଜାଲିଆତି ମାମଲାରେ ସିବିଆଇ ତଦନ୍ତ କରୁଥିବା ବେଳେ ଆକ୍ସନ ନେଇଛି । ପୂର୍ବରୁ ଏସଆଇ ପରୀକ୍ଷା ଜାଲିଆତି ମାମଲାରେ କିଛି ପରୀକ୍ଷାର୍ଥୀଙ୍କୁ ଜରା କରିଥିଲା ସିବିଆଇ ।










