21.1 C
Bhubaneswar
Monday, February 2, 2026
Homeଓଡିଶାଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗ

ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗ

ଭୁବନେଶ୍ୱର: ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଛାତ୍ରୀଙ୍କୁ ନିର୍ଯାତନା ଦେଉଥିଲେ ଡ୍ରାମା ବିଭାଗର ଅଧ୍ୟାପକ। ଆଉ ଅଭିଯୋଗ ପରେ ସମ୍ପୃକ୍ତ ଅଭିଯୁକ୍ତ ଅଧ୍ୟାପକଙ୍କୁ ଗୁରୁବାର ପ୍ରଥମେ ବହିଷ୍କୃତ କରାଯିବା ପରେ ପୁଲିସ ଗିରଫ କରିଛି। ଅଭିଯୋଗ କ୍ରମେ ପ୍ରାଥମିକ ତଦନ୍ତ ଆଧାରରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗିରଫ ଅଧ୍ୟାପକ ଜଣକ ହେଲେ ଶତ୍ରୁଘ୍ନ ସାମଲ। ଗତ ଜୁନ୍ ମାସରେ ସେ ଅତିଥି ଅଧ୍ୟାପକ ଭାବେ ମହାବିଦ୍ୟାଳୟରେ ଯୋଗଦେଇଥିଲେ।ଆଜି ଛାତ୍ରୀମାନେ ଶତ୍ରୁଘ୍ନ ସାମଲଙ୍କ ନାମରେ ନିର୍ଯାତନା ଅଭିଯୋଗ ଆଣିଥିଲେ। ଅଭିଯୋଗ ପରେ ସେମାନେ କ୍ୟାମ୍ପସରେ ହଙ୍ଗାମ କରିବା ସହ ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଯାହାକୁ ନେଇ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା।ବିକ୍ଷୋଭ କରୁଥିବା ଜଣେ ଛାତ୍ରୀ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ତୁରନ୍ତ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ପରେ ନିର୍ଯାତନା ଘଟଣାରେ ତ୧ଦନ୍ତ ଆରମ୍ଭ ହୋଇଥିଲା। ରାଜ୍ୟ ସଂସ୍କୃତି ବିଭାଗର ତିନି ଜଣିଆ ଟିମ୍ ଘଟଣାସ୍ଥଳକୁ ଯାଇ ଖୋଳତାଡ଼ କରିଥିଲେ। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସ୍ୱତନ୍ତ୍ର ସଚିବ ଦେବ ପ୍ରସାଦ ଦାସଙ୍କ ସହ ଅନ୍ୟ ଦୁଇ ଜଣ କ୍ୟାମ୍ପସରେ ପହଞ୍ଚିଥିଲେ।

ସଂସ୍କୃତି ବିଭାଗ ପକ୍ଷରୁ ତୁରନ୍ତ ଆକ୍ସନ ନିଆଯାଇ ଅଭିଯୁକ୍ତ ଅତିଥି ଅଧ୍ୟାପକ ଶତ୍ରୁଘ୍ନ ସାମଲଙ୍କୁ ବହିଷ୍କୃତ କରାଯାଇଥିଲା। ଅଧ୍ୟାପକଙ୍କୁ କଲେଜରୁ ବହିଷ୍କାର କରାଯାଇଥିବା ନେଇ ପ୍ରିନ୍ସିପାଲ ବିଜୟ ଜେନା ସୂଚନା ଦେଇଛନ୍ତି। ପରେ କର୍ତ୍ତୃପକ୍ଷଙ୍କ ଲିଖିତ ଅଭିଯୋଗ ପରେ ଅଧ୍ୟାପକ ଶତ୍ରୁଘ୍ନ ସାମଲଙ୍କୁ ପୁଲିସ ଗିରଫ କରିଛି। ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗ ସଂପର୍କରେ ମତ ରଖି ସଂସ୍କୃତି ବିଭାଗ ସ୍ୱତନ୍ତ୍ର ସଚିବ ଦେବ ପ୍ରସାଦ ଦାସ କହିଛନ୍ତି, ଅଭିଯୁକ୍ତ ଅଧ୍ୟାପକ ଶତ୍ରୁଘ୍ନ ସାମଲ କଳା ତାଲିକାଭୁକ୍ତ ହେବେ। ଯେପରି ଆଉ କୌଣସି କଲେଜରେ ପଢ଼ାଇ ନ ପାରିବେ ବ୍ୟବସ୍ଥା ହେବ। ପୁଲିସ ଅଧ୍ୟାପକଙ୍କୁ ଗିରଫ କରିଥିବାରୁ ପଚରାଉଚରା କରାଯାଇପାରିନି । ପିଲାଙ୍କୁ ଅଭିଯୋଗ ନେଇ ପଚରାଉଚରା ହୋଇଛି, ବିଭାଗକୁ ରିପୋର୍ଟ ଦେବୁ।ଏହି ଟିମ୍ ଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲା। ନିର୍ଯାତନା ସଂପର୍କରେ ଛାତ୍ରୀମାନେ ଟିମ୍ ସଦସ୍ୟଙ୍କୁ ଅବଗତ କରାଇଥିଲେ। ପିଲାମାନଙ୍କୁ ଓ କଲେଜ କର୍ତ୍ତୃପକ୍ଷଙ୍କୁ ଏନେଇ ପଚରାଉଚରା କରିବୁ ବୋଲି ଶ୍ରୀ ଦାସ କହିଥିଲେ । ତେବେ ଟିମ୍ କଲେଜ ଛାଡ଼ିବା ପୂର୍ବରୁ ଅଭିଯୁକ୍ତ ଅଧ୍ୟାପକଙ୍କୁ ବହିଷ୍କାର କରାଯାଇଥିଲା। ଅନ୍ୟପକ୍ଷରେ ଜଣେ ଛାତ୍ରୀ କହିଛନ୍ତି ଯେ ଶତ୍ରୁଘ୍ନ ସାରଙ୍କୁ ଆମେ ଡରୁଥିଲୁ। ସେଥିପାଇଁ ଅଭିଯୋଗ କରିପାରୁ ନଥିଲୁ। ସ୍ୱର ଉତ୍ତୋଳନ କଲେ ମାର୍କ କଟିଯିବ ବୋଲି ଭୟ ଲାଗୁଥିଲା। ଆମକୁ ଭଲ ଶିକ୍ଷକ ଦିଆଯାଉ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking