ଭୁବନେଶ୍ୱର: ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀଙ୍କୁ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିକଶିତ ଗାଁ, ବିକଶିତ ଓଡିଶା ଯୋଜନାରେ ଅର୍ଥ ପ୍ରାବଧାନ ଉପରେ ପ୍ରଶ୍ନ ପଚାରିଛନ୍ତି, ଯେ, ବିକଶିତ ଗାଁ- ବିକଶିତ ଓଡିଶା ଯୋଜନାରେ ୨୦୨୪-୨୫ ଏବଂ ୨୦୨୫-୨୭ ଆର୍ଥିକ ବର୍ଷ ପାଇଁ କେତେ ଟଙ୍କାର ପ୍ରାବଧାନ କରାଯାଇଛି। ଏବଂ ଆଠଗଡ ନିର୍ବାଚନ ମଣ୍ଡଳୀ ପାଇଁ ଏହି ଯୋଜନାରେ କେତେ ଟଙ୍କା ମଌଶଗ୍ଧ;୍ଜୁର ହୋଇଛି । ବିଧାୟକଙ୍କ ପ୍ରଶ୍ନରେ ମନ୍ତ୍ରୀ ରବି ନାରାୟଣ ନାଏକ ଉତ୍ତରରେ କହିଛନ୍ତି, ଫେବୃୟାରୀ ୫ ୨୦୨୫ରେ ରାଜ୍ୟ ସରକାର ବିକଶିତ ଗାଁ ବିକଶିତ ଓଡିଶା ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାରେ ଆର୍ଥିକ ବର୍ଷ ୨୦୨୪- ୨୫ ପାଇଁ ଏବଂ ୨୦୨୫-୨୬ ପାଇଁ ଯଥାକ୍ରମେ ମୋଟ ୧୦୦୦ କୋଟି ଏବଂ ୨୦୦୦ କୋଟି ଟଙ୍କାର ବଜେଟ ପ୍ରାବଧାନ କରାଯାଇଛି । ସେଥିରୁ ୨୦୨୪- ୨୫ ଆର୍ଥିକ ବର୍ଷ ପାଇଁ ଅଦ୍ୟାବଧି ୨୫୮. ୫୪ କୋଟି ଟଙ୍କା ବ୍ୟୟରେ ମୋଟ ୭୧୫୬ଟି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସମ୍ପୁର୍ଣ୍ଣ ହୋଇଛି । ଏବଂ ୬୦୦.୭ କୋଟି ବ୍ୟୟ ଅଟକଳରେ ୧୩୨୩୩ଟି ପ୍ରକଳ୍ପ ନିର୍ମାଣଧୀନ ରହିଛି । ଆଠଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୩ଟି ବ୍ଲକ ଯଥା, ଆଠଗଡ, ତିଗିରିଆ ଟାଙ୍ଗୀ, – ଚୌଦାର ବ୍ଲକ ପାଇଁ ଏହି ଯୋଜନାରେ ୨୦୨୪-୨୫ ଆର୍ଥିକ ବର୍ଷରେ ୮.୪ କୋଟି ଟଙ୍କା ଏବଂ ୨୦୨୫-୨୬ ଆର୍ଥିକ ବର୍ଷରେ ୧୦.୦୭ କୋଟି ଟଙ୍କା ମଞ୍ଜୁର ହୋଇଛି ।










