29.1 C
Bhubaneswar
Friday, February 6, 2026
Homeଓଡିଶାକୋଣାର୍କ ଅର୍କ କ୍ଷେତ୍ରରେ ଆରମ୍ଭ ହୋଇଛି ୩୬ତମ କୋଣାର୍କ ଉତ୍ସବ

କୋଣାର୍କ ଅର୍କ କ୍ଷେତ୍ରରେ ଆରମ୍ଭ ହୋଇଛି ୩୬ତମ କୋଣାର୍କ ଉତ୍ସବ

କୋଣାର୍କ: ରାଜ୍ୟ ପର୍ଯ୍ୟଟନ ବିଭାଗ ଆନୁକୁଲ୍ୟରେ ତଥା ସଙ୍ଗୀତ ନାଟକ ଏକାଡେମୀ ଓ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମର ମିଳିତ ଉଦ୍ୟମରେ କୋଣାର୍କ ଠାରେ ଉଦ୍ଘାଟିତ ହୋଇଯାଇଛି ପାଞ୍ଚ ଦିନିଆ ୩୬ ତମ କୋଣାର୍କ ଉତ୍ସବ ୨୦୨୫ ଏବଂ ୧୫ ତମ ଆନ୍ତର୍ଜାତିକ ବାଲୁକା କଳା ମହୋତ୍ସବ ୨୦୨୫ । ଏହି ଉତ୍ସବକୁ ପ୍ରଥମ ଦିନ ମୁଖ୍ୟଅତିଥି ଭାବେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝି ଉଦ୍ ଘାଟନ କରିଛନ୍ତି ତାଙ୍କ ସହିତ ଡକ୍ଟର ପ୍ରିୟଙ୍କା ମାରାଣ୍ଡୀ, ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା, ଜଗତସିଂହପୁରର ମାନ୍ୟବର ସାଂସଦ ଡ଼. ବିଭୁ ପ୍ରସାଦ ତରାଇ, ମାନ୍ୟବର ବିଧାୟକ ପିପିଲି ଶ୍ରୀଯୁକ୍ତ ଆଶ୍ରିତ ପଟ୍ଟନାୟକ, ମାନ୍ୟବର ବିଧାୟକ ସତ୍ୟବାଦୀ ଶ୍ରୀଯୁକ୍ତ ଓମ ପ୍ରକାଶ ମିଶ୍ର, ମାନ୍ୟବର ବିଧାୟିକା ବ୍ରହ୍ମଗିରି ଶ୍ରୀମତୀ ଉପାସନା ମହାପାତ୍ର, ମାନ୍ୟବର ବିଧାୟକ କାକଟପୁର ତୁଷାରକାନ୍ତି ବେହେରା, ମାନ୍ୟବର ବିଧାୟକ ପୁରୀ ଶ୍ରୀଯୁକ୍ତ ସୁନୀଲ କୁମାର ମହାନ୍ତି, ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଦୀପଙ୍କର ମହାପାତ୍ର, ପୁରୀର ଜିଲ୍ଲାପାଳ ଶ୍ରୀଯୁକ୍ତ ଦିବ୍ୟ ଜ୍ୟୋତି ପରିଡା ଓ ପୁରୀର ଆରିକ୍ଷକ ଶ୍ରୀଯୁକ୍ତ ପ୍ରତୀକ ସିଂହ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଉପସ୍ଥିତ ଥିଲେ l ପ୍ରତିବର୍ଷ କୋଣାର୍କ ଉତ୍ସବ ସହିତ ଆୟୋଜିତ ହୋଇଥାଏ ଆନ୍ତର୍ଜାତିକ ବାଲୁକା କଳା ମହୋତ୍ସବ । ଚନ୍ଦ୍ରଭାଗା କୂଳରେ ଓ କୋଳରେ ବିଶ୍ୱର କୋଣ ଅନୁକୋଣରୁ ଆସିଥାନ୍ତି ବାଲୁକା ଶିଳ୍ପୀ ଗଣ । ଏ ବର୍ଷ ଆମ ଭାରତ ବର୍ଷରୁ ପ୍ରାୟ ୧୪୦ ଜଣ ଶିଳ୍ପି ଯୋଗ ଦେଇଛନ୍ତି, ସେଥିରୁ ୪୦ ଜଣ ମହିଳା ଓ ୯୫ ଜଣ ପୁରୁଷ । ସ୍ପେନ୍, ରୁଷିଆ, ଜାପାନ, ପର୍ତ୍ତୁଗାଲ ଓ ଶ୍ରୀଲଙ୍କାରୁ ପ୍ରାୟ ୫ ଜଣ ବିଦେଶୀ ବାଲୁକା ଶିଳ୍ପି ଆସି ପହଞ୍ଚିଛନ୍ତି ଚନ୍ଦ୍ରଭାଗା ବେଳାଭୂମିରେ ତାଙ୍କ କଳା ନୈପୁଣ୍ୟକୁ ରୂପ ଦେବା ପାଇଁ ।

କୋଣାର୍କ ଉତ୍ସବର ପ୍ରଥମ ସନ୍ଧ୍ୟାରେ ପ୍ରଥମ ଉପସ୍ଥାପନରେ ଥିଲା ଶ୍ରୀମତୀ ସୋନାଲୀ ମହାପାତ୍ରଙ୍କ ନୃତ୍ୟ ଅନୁଷ୍ଠାନ ନୃତ୍ୟ ଉପାସନା ପିଠର ଶିଳ୍ପୀମାନଙ୍କ ଦ୍ଵାରା ଓଡ଼ିଶୀ ନୃତ୍ୟ । ସେମାନଙ୍କ ପ୍ରଥମ ପ୍ରସ୍ତୁତିରେ ଥିଲା ସନ୍ଥ ତୁଳସୀଦାସଙ୍କ ଦ୍ୱାରା ରଚିତ ହନୁମାନ ଚାଳିଶା ଯାହାର ସଙ୍ଗୀତ ସଂଯୋଜନା କରିଥିଲେ ଗୁରୁ ଅଭିରାମ ନନ୍ଦ ଏବଂ ନୃତ୍ୟ ସଂରଚନା କରିଥିଲେ ଗୁରୁ ସୋନାଲୀ ମହାପାତ୍ର । ସେମାନଙ୍କ ଦିତୀୟ ପ୍ରସ୍ତୁତିରେ ଥିଲା ସାରଙ୍ଗ ପଲ୍ଲବୀ ଏକ ଶୁଦ୍ଧ ନୃତ୍ୟ ଖଣ୍ଡ ଯେଉଁଥିରେ ଗତି ଏବଂ ସଙ୍ଗୀତ ଏକ ପ୍ରସ୍ଫୁଟିତ ଫୁଲ ପରି ସୁନ୍ଦର ଭାବରେ ପ୍ରକଟିତ ହୁଏ । ଏହା ରାଗର ସୌନ୍ଦର୍ଯ୍ୟକୁ ବିସ୍ତାରିତ କରେ, ତାଳ, ମାଧୁର ଏବଂ ନୃତ୍ୟ ନିର୍ଦ୍ଦେଶନାକୁ ଏକ ସୁସଙ୍ଗତ ଠାଣିରେ ବାନ୍ଧିରଖେ ଯାହାର ନୃତ୍ୟ ସଂରଚନା ଗୁରୁ ଶ୍ରୀମତୀ ସୋନାଲି ମହାପାତ୍ର ଓ ସଙ୍ଗୀତ ଏବଂ ତାଳ ସଂଯୋଜନା ଶ୍ରୀ ନିର୍ମଳ କୁମାର ମହାପାତ୍ର କରିଥିଲେ । ଶେଷରେ ନୃତ୍ୟ ଉପାସନା ପିଠର ଶିଳ୍ପୀମାନଙ୍କ ପ୍ରସ୍ତୁତିରେ ଥିଲା ଚାରି ଯୁଗ ଦେବୀ । ଯେଉଁଥିରେ ଦେବୀ ଦୁର୍ଗାଙ୍କ ଶକ୍ତି ଏବଂ ଦିବ୍ୟ ଶକ୍ତିକୁ ବର୍ଣ୍ଣନା କରଯାଇଥିଲା ଯାହାର ନୃତ୍ୟ ସଂରଚନା ଗୁରୁ ଶ୍ରୀମତୀ ସୋନାଲି ମହାପାତ୍ର, ଓ ସଙ୍ଗୀତ ଏବଂ ତାଳ ସଂଯୋଜନା କରିଥିଲେ ଶ୍ରୀ ନିର୍ମଳ କୁମାର ମହାପାତ୍ର ।

ପ୍ରଥମ ସନ୍ଧ୍ୟାର ଦିତୀୟ ତଥା ଶେଷ ଉପସ୍ଥାପନରେ ଥିଲା ଡକ୍ଟର ଆନନ୍ଦ ଶଙ୍କର ଜୟନ୍ତଙ୍କ ଶଙ୍କରାନନ୍ଦ କାଳକ୍ଷେତ୍ର ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ଵାରା ଭାରତନାଟ୍ୟମ ନୃତ୍ୟ ପରିବେଷଣ । ସେମାନେ ପ୍ରଥମେ ଭକ୍ତ ରାମଦାସଙ୍କ ଦ୍ୱାରା ସରଳ ତେଲୁଗୁ ଭାଷାରେ ରଚିତ ମହାବିଷ୍ଣୁଙ୍କ ଦଶାବତାରକୁ ନେଇ ବର୍ଣ୍ଣିତ ଦଶାବତାରମ୍ ପରିବେଷଣ କରିଥିଲେ ପରେ ପରେ ସେମାନଙ୍କ ପ୍ରସ୍ତୁତିରେ ଥିଲା ଦେବୀ ଉପସକମ୍ ଏବଂ ଶେଷରେ କବିତା, ପଦ୍ୟ, ସୁର ଏବଂ କାଳଜୟୀ ସଙ୍ଗୀତର ତାଳର ମୁଖବନ୍ଧ, ଭାରତନାଟ୍ୟମର ସ୍ଥାପତ୍ୟ, ସୌନ୍ଦର୍ଯ୍ୟ ଏବଂ ବ୍ୟାକରଣ ମାଧ୍ୟମରେ, ଏହା ସର୍ବଜ୍ଞ, ସର୍ବବ୍ୟାପୀ ଭଗବାନ ଶିବଙ୍କୁ ଆଣିବା ପାଇଁ ଏକ ଅର୍ଘ୍ୟ ଶିଭୋହମ୍ ପ୍ରସ୍ତୁତ କରିଥିଲେ ଶିଳ୍ପୀମାନେ ଯାହାର ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ ଡକ୍ଟର ଆନନ୍ଦ ଶଙ୍କର ଜୟନ୍ତ ।ଏହି ଉତ୍ସବକୁ ପର୍ଯ୍ୟଟନ ବିଭାଗ, ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଓ ସଙ୍ଗୀତ ନାଟକ ଏକାଡେମୀର କର୍ମକର୍ତ୍ତା ବୃନ୍ଦ ସୁନ୍ଦର ଭାବରେ ପରିଚାଳନା କରିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରିଥିଲେ l କାର୍ଯ୍ୟକ୍ରମଟିକୁ ସଂଚାଳନ କରିଥିଲେ ଡକ୍ଟର ମୃତୁଞ୍ଜୟ ରଥ ଓ ନାଜିୟା ଆଲ୍ଲମ ଏବଂ ପରିଚାଳନରେ ସହଯୋଗ କରିଥିଲେ ଡକ୍ଟର ସଂଗୀତା ଗୋସାଇଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking