19.1 C
Bhubaneswar
Friday, December 5, 2025
Homeଓଡିଶାରାଜ୍ୟରେ ୧୬ଲକ୍ଷ ୪୧ ହଜାରରୁ ଉର୍ଦ୍ଧ୍ଵ ଲକ୍ଷପତି ଦିଦି: ପ୍ରଭାତୀ ପରିଡା

ରାଜ୍ୟରେ ୧୬ଲକ୍ଷ ୪୧ ହଜାରରୁ ଉର୍ଦ୍ଧ୍ଵ ଲକ୍ଷପତି ଦିଦି: ପ୍ରଭାତୀ ପରିଡା

ଭୁବନେଶ୍ୱର: ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ଚତୁର୍ଥ ଦିନ । ସ୍ୱାଭାବିକ ଭାବେ ବିଧାନସଭା ଶୀତକାଳୀନ ଅଧିବେଶନର ପ୍ରଶ୍ନକାଳ ଚାଲିଥିଲା । ବିଧାୟକମାନଙ୍କ ପ୍ରଶ୍ନର ଉତ୍ତର ରଖୁଥିଲେ ବିଭିନ୍ନ ବିଭାଗୀୟ ମନ୍ତ୍ରୀ। ସେପଟେ ବିଜେଡିମିଶନ ଶକ୍ତି ବିଭାଗ ବିରୁଦ୍ଧରେ ଆଗତ ମୁଲତବୀ ପ୍ରସ୍ତାବ ପରିପ୍ରେକ୍ଷୀରେ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା କରିଛନ୍ତି ,ବର୍ତ୍ତମାନର ସରକାର କ୍ଷମତାକୁ ଆସିବା ପରେ ଏହିଥରକୁ ମିଶାଇ ମିଶନ ଶକ୍ତି ବିଭାଗ ବିରୁଦ୍ଧରେ ବିରୋଧୀ ଦଳ ତୃତୀୟ ଥର ପାଇଁ ମୁଲତବୀ ପ୍ରସ୍ତାବ ଆଗତ କରିଛନ୍ତି । ବିଗତ ଦୁଇଟି ମୁଲତବୀ ପ୍ରସ୍ତାବ ମିଥ୍ୟା, ଭିତ୍ତିହୀନ ଓ କପୋଳକଳ୍ପିତ ପ୍ରମାଣିତ ହୋଇ ଖାରଜ ହୋଇ ସାରିଛି । ମିଶନ ଶକ୍ତି ବିଭାଗ ବିରୁଦ୍ଧରେ ବାରମ୍ବାର ମୁଲତବୀ ପ୍ରସ୍ତାବ ଆଗତ ହେବା “ଉଦ୍ଦେଶ୍ୟ ପ୍ରଣୋଦିତ ହେବା ପରି ମନେ ହୁଏ”, ଯାହାକି ଏହି ଗୃହ ପାଇଁ ଶୋଭାନୀୟ ନୁହେଁ । ଆମ ସରକାର ସମୟରେ ସୁଭଦ୍ରା ଯୋଜନାର ସଫଳ ରୂପାୟନ ଓ ସୁଭଦ୍ରା ଶକ୍ତି ମେଳାର ପ୍ରଦର୍ଶନ ଦେଖିଲାପରେ ବିରୋଧୀ ଦଳର ବିଧାୟକ ମାନେ ମହିଳାଙ୍କ ସ୍ବାବଲମ୍ବନ ରେ ସରକାରଙ୍କ ଭୂମିକା କୁ ନେଇ କୌଣସି ସନ୍ଦେହ ରଖିବା  କଥା ନୁହେଁ l ଆହୁରି କହିଛନ୍ତି ମିଶନ ଶକ୍ତିକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଆମ ସରକାର ୨୦୩୬ ମସିହା ମଧ୍ୟରେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେବା ପାଇଁ ପ୍ରତିବଦ୍ଧ । ରାଜ୍ୟରେ ୨୦୨୭ ମସିହା ସୁଦ୍ଧା ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଅଛି। । ରାଜ୍ୟ ସରକାର ମହିଳାମାନଙ୍କୁ ସ୍ୱାବଲମ୍ବୀ କରାଇବା ଓ ଲକ୍ଷପତି କରାଇବା ଦିଗରେ ଲକ୍ଷପତି ସହାୟିକା ଯୋଜନା ପ୍ରଣୟନ କରିଅଛନ୍ତି।

 ବର୍ତ୍ତମାନ ସୁଦ୍ଧା ମିଶନ ଶକ୍ତି ବିଭାଗ ୧୬.୪୧ ଲକ୍ଷରୁ ଉର୍ଦ୍ଧ୍ଵ ଲକ୍ଷପତି ଦିଦି ସୃଷ୍ଟି କରିପାରିଛନ୍ତି । ସେମାନଙ୍କୁଆର୍ଥିକସ୍ତରରେ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ବର୍ତ୍ତମାନର ସରକାର କ୍ଷମତାକୁ ଆସିବା ପରେ, ଭାରତ ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ, ଆବର୍ତ୍ତନ ପାଣ୍ଠିକୁ ଏସ.ଏଚ.ଜି. (SHG) ପିଛା ୧୫,୦୦୦ ଟଙ୍କାରୁ ୩୦,୦୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି । ସେପରି ଭାବରେ, ଗୋଷ୍ଠୀ ବିନିଯୋଗ ପାଣ୍ଠି )CIF) କୁ ଗ୍ରାମ ପଂଚାୟତସ୍ତରୀୟ ସଂଘ ପିଛା୩୫ ଲକ୍ଷ ରୁ ୬୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। ଚଳିତବର୍ଷ ନଭେମ୍ବର ଏକ ତାରିଖରୁ ବାର ତାରିଖ ପର୍ଯ୍ୟନ୍ତ ରାଜ୍ୟସ୍ତରୀୟ ସୁଭଦ୍ରା ଶକ୍ତି  ମେଳା ମାଧ୍ୟମରେ ୩୦୦ରୁ ଉର୍ଦ୍ଧ୍ଵ ଏସ.ଏଚ.ଜି. (SHG) ଓ ଉତ୍ପାଦକ ଗୋଷ୍ଠୀଙ୍କୁ ଏକତ୍ରିତ କରି ସୁଭଦ୍ରା ଶକ୍ତି ମେଳା ଆୟୋଜନ କରାଯାଇଥିଲା ଯେଉଁଠାରେ ବାର କୋଟିରୁ ଊର୍ଦ୍ଧ୍ଵ ବ୍ୟବସାୟ ହେଇଥିଲା। ଏହି ମେଳା ମାଧ୍ୟମରେ ୩୨୮ ଜଣ ଲକ୍ଷପତି ଦିଦି ଓ ୧୦ ଜଣ ମହା ଲକ୍ଷପତି ଦିଦି (ଯେଊଁ ମାନଙ୍କର ବାର୍ଷିକ ଆୟ ୧୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ଵ ) ସୃଷ୍ଟି  ହେଇଥିଲେ ।ଏହି ସରକାର କ୍ଷମତାକୁ ଆସିବା ପରେ ଦୁଇଥର ସ୍ଵତନ୍ତ୍ର ସାମାଜିକ ଅନ୍ତର୍ଭୂକ୍ତିକରଣ ଅଭିଯାନ ମାଧ୍ୟମରେ ୪.୩୩ ଲକ୍ଷ ମହିଳାଙ୍କୁ ୯୨୨୭ ଗୋଟି ଏସଏଚଜି ରେ ସାମିଲ କରାଯାଇଛି । ତୃତୀୟ ଥର ପାଇଁ ଏହି ଅଭିଯାନ ଚାଲୁ ରହିଛି।

 ବ୍ଲକସ୍ତରୀୟ ମହାସଂଘମାନଙ୍କ ନିମନ୍ତେ ୫୦ ଲକ୍ଷ ଟଙ୍କାରେ ୩୨୨ ଗୋଟି ବ୍ଲକ ସୁଭଦ୍ରା ଶକ୍ତି କେନ୍ଦ୍ର  ଓ ଜିଲ୍ଲାସ୍ତରୀୟ ମହାସଂଘମାନଙ୍କ ନିମନ୍ତେ ୧ କୋଟି ଟଙ୍କା ବ୍ୟୟରେ  ୧୩ ଗୋଟି  ଜିଲ୍ଲା ସୁଭଦ୍ରା ଶକ୍ତି କେନ୍ଦ୍ର  ନିର୍ମାଣ ହେଉଅଛି।   ମିଶନ ଶକ୍ତି ବିଭାଗ ଏସ.ଏଚ.ଜି. (SHG) ମାନଙ୍କ ଆର୍ଥିକ ସ୍ଥିତି ମଜବୁତ କରିବା ପାଇଁ ବ୍ୟାଙ୍କ ମାଧ୍ୟମରେ ଋଣ ଉପଲବ୍ଧ କରାଉଅଛନ୍ତି । ଚଳିତ ଆର୍ଥିକ ବର୍ଷରେ ଏଯାବତ ୧.୪୫ ଲକ୍ଷ ଏସ.ଏଚ.ଜି. (SHG)ଙ୍କୁ ସମୁଦାୟ ୮,୮୯୧ କୋଟି ଟଙ୍କା ଋଣ ପ୍ରଦାନ କରାଯାଇଅଛିIମିଶନ ଶକ୍ତି ବିଭାଗ ଏସ.ଏଚ.ଜି. (SHG) ମାନଙ୍କ ବ୍ୟାଙ୍କ ଋଣ ସୁଧ ଫେରସ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ଚଳିତ ଆର୍ଥିକ ବର୍ଷରେ ସେଇ ୧.୪୫ ଲକ୍ଷ  ଗୋଷ୍ଠୀଙ୍କ ପାଇଁ ୨୨୮.୦୯୬ କୋଟି ଟଙ୍କାର ବ୍ୟାଙ୍କ ଋଣ ସୁଧ ଫେରସ୍ତ କରିଅଛନ୍ତି । ବୀମା ମାଧ୍ୟମରେ ମହିଳାମାନଙ୍କୁ ଦୃଢ ଓ ସୁରକ୍ଷିତ କରିବା ପାଇଁ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଓ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ଯଥାକ୍ରମେ ୩୬ ଲକ୍ଷ ଓ ୪୬ଲକ୍ଷ ମହିଳା ଏସ.ଏଚ.ଜି. (SHG) ସଦସ୍ୟାଙ୍କୁ ବୀମା ସେବା ଯୋଗାଇ ଦିଆଯାଇଛି ।ଆମ ସରକାର ଆସିବା ପରେ ୬୮,୪୯୧ ଏସ.ଏଚ.ଜି. (SHG)ଙ୍କୁ ୧୧୯୧୧.୨୦  ଲକ୍ଷ ଟଙ୍କାର  ଆବର୍ତ୍ତନ ପାଣ୍ଠି (Revolving Fund), ୫୫,୭୫୩ ଗୋଷ୍ଠୀଙ୍କୁ ଗୋଷ୍ଠୀ ବିନିଯୋଗ ପାଣ୍ଠି (Community Investment Fund) ବାବଦରେ ୫୯୫୦୧.୫୧ ଲକ୍ଷ ଟଙ୍କା, ୩୧୯୮ ଟି GPLFକୁ ୬୭୬୯୬.୫୪ ଲକ୍ଷ ଟଙ୍କା ଓ ୫୬୦୪ ସିଏଲଏଫ କୁ ୬୬୨୮.୪୨ ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଅଛି।

ମହିଳାମାନଙ୍କର ଆର୍ଥିକ ସଶକ୍ତିକରଣକୁ ନିଶ୍ଚିତ କରିବା ସହ ସେମାନଙ୍କ ପରିବାରକୁ ସୁରକ୍ଷା ପ୍ରଦାନ, ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନରେ ସଫଳ ହେବାପାଇଁ ଅବସର ଯୋଗାଇଦେବା ପାଇଁ ସୁଭଦ୍ରା ଯୋଜନା ଅନ୍ତର୍ଗତ ଲକ୍ଷ୍ୟ ରଖାଯାଇଅଛି । ଏହାର ମୂଳ ଲକ୍ଷ୍ୟ ହେଉଛି ଯୋଗ୍ୟ ମହିଳାମାନଙ୍କ ବ୍ୟାଙ୍କ ଖାତାକୁ ଆର୍ଥିକ ସହାୟତା ପ୍ରଦାନ କରିବା, ଯାହା ମହିଳାଙ୍କୁ ଆର୍ଥିକ ସ୍ଵାଧୀନତା, ସ୍ଵାସ୍ଥ୍ୟ ଏବଂ ଶିକ୍ଷାଗତ ଉନ୍ନତି ପ୍ରଦାନ ସହିତ ନିଜର ଅଧିକାର ସାବ୍ୟସ୍ତ କରିବା ପାଇଁ ପ୍ରୋତ୍ସାହନ ପ୍ରଦାନ କରିବ ।ଏହି ଘଟଣାରେ ମିଶନ ଶକ୍ତି ବିଭାଗ କୌଣସି ପ୍ରକାର ଦାୟୀ ନୁହେଁ। ଏଣୁ  ଏହି ମୁଲତବୀ ପ୍ରସ୍ତାବ ମଧ୍ୟ ଖାରଜ କରାଯାଉ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking