19.1 C
Bhubaneswar
Friday, December 5, 2025
Homeଓଡିଶାରାଜଧାନୀରେ ୫୦୦ ଏକର ଜମି ଜବରଦଖଲ

ରାଜଧାନୀରେ ୫୦୦ ଏକର ଜମି ଜବରଦଖଲ

ଭୁବନେଶ୍ୱର: ବିଏମସି ଅଞ୍ଚଳରେ ୫୦୦ ଏକର ସରକାରୀ ଜମି ଜବରଦଖଲ ହୋଇଛି । ଏନେଇ ବିଧାନସଭାରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ  ମୋହନ  ଚରଣ ମାଝୀ । ବାପୁଜୀ ନଗର, ଅଶୋକ ନଗର, ଗଙ୍ଗ ନଗର, ସହିଦ ନଗରରେ ଜବରଦଖଲ କରାଯାଇଛି ।  ସୂର୍ଯ୍ୟ ନଗର, ବୋମିଖାଲ, ଝାରପଡା, ପଟିଆ ଅଞ୍ଚଳରେ ବି ଜବରଦଖଲ ହୋଇଛି ।  ସରକାରୀ ଜମିକୁ ଜବରଦଖଲ କରି ରଖିଛନ୍ତି ପ୍ରଭାବଶାଳୀ ଲୋକ । ସରକାରୀ ଜମି ଜବରଦଖଲ ମୁକ୍ତ ପାଇଁ ପଦକ୍ଷେପ ନେଉଛନ୍ତି ସରକାର । ଖୁବଶୀଘ୍ର କମିଟି ଗଠନ କରି ଉଚ୍ଛେଦ ହେବ ଜବରଦଖଲ ଜମି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଚଳିତ ବର୍ଷ ୭୦ ଏକର ସରକାରୀ ଜମି ଜବରଦଖଲ ମୁକ୍ତ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking