24.1 C
Bhubaneswar
Wednesday, February 4, 2026
Homeଦେଶ ବିଦେଶକାର୍ଲିଫର୍ନିଆରେ ଗୁଳିକାଣ୍ଡ: ୨ ମୃତ, ୫ ଆହତ

କାର୍ଲିଫର୍ନିଆରେ ଗୁଳିକାଣ୍ଡ: ୨ ମୃତ, ୫ ଆହତ

କାଲିଫର୍ନିଆ: ୱାଶିଂଟନ ପରେ କାଲିଫର୍ନିଆରୁ ଗୁଳିକାଣ୍ଡ ଘଟଣା ସାମ୍ନାକୁ ଆସିଛି ଏହି ଗୁଳିକାଣ୍ଡରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପାଞ୍ଚ ଜଣ ଆହତ ହୋଇଛନ୍ତି। ଶନିବାର ବିଳମ୍ବିତ ରାତିରେ କାଲିଫର୍ନିଆର ଲୁସିଲ୍ ଆଭେନ୍ୟୁରେ ଏକ ଗୁଳିକାଣ୍ଡ ଘଟିଥିଲା। ଆହତମାନଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା। ସାନ୍ ଜୁଆକ୍ୱିନ୍ କାଉଣ୍ଟି ସେରିଫ୍ କାର୍ଯ୍ୟାଳୟ କହିଛି ଯେ ମାମଲାଟି ଏପର୍ଯ୍ୟନ୍ତ ତଦନ୍ତାଧୀନ ଅଛି ଏବଂ କୌଣସି ଗିରଫଦାରୀ ହୋଇନାହିଁ। ପୋଲିସ ଅଞ୍ଚଳରେ ସୁରକ୍ଷା ବୃଦ୍ଧି କରିଛି ଏବଂ ଲୋକଙ୍କୁ ସତର୍କ ରହିବାକୁ ଅନୁରୋଧ କରିଛି। କର୍ତ୍ତୃପକ୍ଷ ଘଟଣାସ୍ଥଳରୁ ପ୍ରମାଣ ସଂଗ୍ରହ କରୁଛନ୍ତି ଏବଂ ପ୍ରତକ୍ଷଦର୍ଶୀମାନଙ୍କୁ ପଚରାଉଚରା କରୁଛନ୍ତି। ଗୁଳିକାଣ୍ଡର କାରଣ ଏବଂ ଉଦ୍ଦେଶ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking